୪୦ ବର୍ଷର ଅପେକ୍ଷାରେ ଅନ୍ତ! ଭାରତରେ ହେବ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଅଧିବେଶନ
ମୁମ୍ବାଇ : ବେଜିଙ୍ଗରେ ମୁମ୍ବାଇ ସହରକୁ ୨୦୧୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (ଆଇଓସି) ଅଧିବେଶନର ଆୟୋଜକ ଭାବରେ ଘୋଷଣା କରାଗଲା ।୧୯୮୩ ମସିହାରେ ନୂଆଦିଲ୍ଲୀରେ ଆୟୋଜନ କରିବା ପରେ ଭାରତ ଦ୍ୱିତୀୟ ଥର ପାଇଁ ଆଇଓସି ଅଧିବେଶନ ଆୟୋଜନ କରିବ ।
ବେଜିଂରେ ଅନୁଷ୍ଠିତ ୧୩୯ ତମ ଆଇଓସି ଅଧିବେଶନରେ ଭାରତ ଏହାର ଇଛା କୁ ସଫଳତାର ସହ ଉପସ୍ଥାପନା କରିବା ପରେ ମୁମ୍ବାଇ ସହରକୁ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର (ଆଇଓସି) ଅଧିବେଶନର ଆୟୋଜକ ଭାବରେ ଘୋଷଣା କରାଗଲା । ବେଜିଂରେ ଭାରତୀୟ ଉପସ୍ଥାପନାରେ ଅଗ୍ରଣୀ ଭୂମିକା ନେଇଥିଲେ ୨୦୦୮ ମସିହାରେ ଦେଶର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅଭିନାଭ ବିନ୍ଦ୍ରା, ଆଇଓସି ସଦସ୍ୟ ନୀତା ଅମ୍ବାନୀ, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଏ) ସଭାପତି ନରିନ୍ଦର ବାତ୍ରା ଏବଂ ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ପ୍ରତିନିଧୀଙ୍କ ଠାରୁ ମୁମ୍ବାଇ ୯୯ ପ୍ରତିଶତ ଭୋଟ୍ ପାଇଥିଲା ଏବଂ ୨୦୨୩ ମସିହାରେ ଆଇଓସି ଅଧିବେଶନ ଆୟୋଜନ କରିବାକୁ ୭୫ ସଦସ୍ୟ ଭାରତ କୁ ସମର୍ଥନ କରିଥିଲେ। ୨୦୨୩ ର ଗ୍ରୀଷ୍ମ ସମୟରେ ହେବାକୁ ଥିବା ଏହି ଅଧିବେଶନ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟର୍ (ଜେଡବ୍ଲୁସି) ରେ ଆୟୋଜିତ ହେବ । ଜେଡବ୍ଲୁସି ୨୦୨୨ର ପ୍ରାରମ୍ଭରେ କାର୍ଯ୍ୟ ଆରମ୍ଭ କରିବ ।
ଆଇଓସି ଅଧିବେଶନ ହେଉଛି ଆଇଓସିର ସଦସ୍ୟମାନଙ୍କର ବାର୍ଷିକ ବୈଠକ, ଯେଉଁଥିରେ ୧୦୧ ଭୋଟିଂ ସଦସ୍ୟ ଏବଂ ୪୫ ଅତିଥି ସଦସ୍ୟ ରହିଛନ୍ତି । ଏହା ଅଲିମ୍ପିକ୍ସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ନିଷ୍ପତ୍ତି ମଧ୍ୟ ନେଇଥାଏ । ନିଜର ଖୁସି ବ୍ୟକ୍ତକରି ଅଲିମ୍ପିକ୍ କମିଟି ସଦସ୍ୟା ନିତା ଅମ୍ବାନୀ କହିଛନ୍ତି, “୪୦ ବର୍ଷର ଅପେକ୍ଷା ପରେ ଅଲିମ୍ପିକ୍ ଆନ୍ଦୋଳନ ଭାରତକୁ ଫେରିଛି! ୨୦୨୩ ମସିହାରେ ମୁମ୍ବାଇରେ ଆଇଓସି ଅଧିବେଶନ ଆୟୋଜନ କରିବାର ଦାୟିତ୍ୱ ମିଳିଥିବାରୁ ମୁଁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟରେ କୃତଜ୍ଞ।’