ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ୟୁନିଟ୍ ଆନୁକୂଲ୍ୟରେ ସ୍ୱେଚ୍ଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ୟୁନିଟ୍ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରୟୋଜିତ “ତ୍ରି-ଦିବସୀୟ ଜିଲାସ୍ତରୀୟ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର” ଅନୁଷ୍ଠିତ ହୋଇଛି । ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକରୁ ପ୍ରାୟ ୬୦ ରୁ ଅଧିକ ବିଦ୍ୟାର୍ଥୀ ପ୍ରଶିକ୍ଷଣ ନିମିତ୍ତ ଯୋଗଦେଇଛନ୍ତି ।
ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ମଣିଷର ସାମାଜିକ-ସାଂସ୍କୃତିକ ହିତ ସାଧନ କ୍ଷେତ୍ରରେ ଜାତୀୟ ସେବା ଯୋଜନା ତଥା ଏନ୍ଏସ୍ଏସ୍ ୟୁନିଟ୍ କିପରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ ଓ ଦାୟିତ୍ୱ ସମ୍ପାଦନ କରିଆସିଛି ସେ ସମ୍ପର୍କରେ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ ଚନ୍ଦ୍ର ଅଧିକାରୀ, ଏନ୍ଏସ୍ଏସ୍ ସଂଯୋଜକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ, ଜଗନ୍ନାଥ ବେହେରା, ଡ. ପ୍ରତିମା ପ୍ରଧାନ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ, ଡ. ଏନ୍ବି ଖୁଣ୍ଟିଆ ପ୍ରମୁଖ ମତ ରଖିଥିଲେ । ଶନିବାର ଏହି ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହେବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଣାପଡ଼ିଛି ।