ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
କଟକ : ଉତ୍କଳ ଦିବସ ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ ମଦନ ମୋହନ ପୂଜା କମିଟି ଝାଞ୍ଜିରୀମଙ୍ଗଳା ଯୁବକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଝାଞ୍ଜିରୀମଙ୍ଗଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରକୁ ମେୟର ସୁବାସ ସିଂହ, ବାଙ୍କି ବିଧାୟକ ଦେବୀରଂଜନ ତ୍ରିପାଠୀ ଓ ନିରାମୟ ଉପଦେଷ୍ଟା ଡ. ରଂଜନ ବିଶ୍ୱାଳ ମିଳିତ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରୁ ମୋଟ ୬୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଯୁବକ ସଂଘ ସଭାପତି ସୁରଜ ରାଜ ଦେଓ, ସଂପାଦକ ସୁନିଲ ବସ୍ତିିଆ ଓ ଯୁବକ ସଂଘର ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାହି କମିଟି ସଭାପତି ପତିତପାବନ ସ୍ୱାଇଁ, ସଂପାଦକ ବିଜୟ କୁମାର ନାୟକ, ଅଧିକାରୀ ବିରଂଚିନାରାୟଣ ରାଜ, ମହନ୍ତ ରବୀନ୍ଦ୍ରନାଥ ସାହୁ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସୁମିତ୍ରା ବସ୍ତିଆ, ରବିନାରାୟଣ ସାହୁ, ଇତିଶ୍ରୀ ଦାସଙ୍କ ସମେତ ସାହିର ବହୁ ଯୁବକ ଉପସ୍ଥିତ ଥିଲେ । ଶିବିରରେ ପୂର୍ବାଶା ତାରିଣୀ ମା’ ସାମାଜିକ ସଂଗଠନ, ଇଣ୍ଡୋଟିଭିର ସଂପାଦିକା ବନଶ୍ରୀ ମହାପାତ୍ର, ଇଣ୍ଡୋଟିଭିର ସଂପାଦକ ପ୍ରଶାନ୍ତ କୁମାର ଦାସ ଓ ପୂର୍ବାଶାର ପରିଚାଳିକା ରଂଜିତା ମହାରଣା ପ୍ରମୁଖ ଉପସ୍ଥିିତ ରହି ସହାୟତା ପ୍ରଦାନ କରିଥିଲେ ।