ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକଙ୍କ ବାଲେଶ୍ୱର ଗସ୍ତ
ବାଲେଶ୍ୱର : ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସି ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଶ୍ରୀ ନାୟକ ଏହି ପରିଦର୍ଶନ ସମୟରେ ଜିଲା ଲୋକସମ୍ପର୍କ କାର୍ଯ୍ୟାଳୟର କ୍ୟାସ ବୁକ୍, ବିଲ୍ ରେଜିଷ୍ଟର, ସେବା ପୁସ୍ତିକା, ହାଜିରା ଖାତା, ଚିଠିପତ୍ର ନିର୍ଗମନ ରେଜିଷ୍ଟର, ଷ୍ଟକ୍ ରେଜିଷ୍ଟର ତଥା ଅନ୍ୟାନ୍ୟ ରେଜିଷ୍ଟର ଆଦି ରେକର୍ଡ଼ ପତ୍ର ଯାଞ୍ଚ କରି ଏହାର ସଠିକତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲା କାର୍ଯ୍ୟାଳୟ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ ଅସୁବିଧା ମଧ୍ୟରେ ଚାଲୁଥିବା ନିଜେ ଅନୁଭବ କରିଥିଲେ । ଜିଲାର ଜଳେଶ୍ୱର, ସିମୁଳିଆ, ନୀଳଗିରି ଓ ସଦରରେ ଚାଲୁଥିବା ସୂଚନା କେନ୍ଦ୍ର ଓ ପାଠାଗାର ଗୁଡ଼ିକର କର୍ମଚାରୀ ଅଭାବ ଜନିତ ସମସ୍ୟା ବାବଦରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଅବଗତ କରାଇଥିଲେ । ବିନା ଅପରେଟରରେ ଜିଲାରେ ନିୟମିତ ହେଉଥିବା କାର୍ଯକ୍ରମ, ସଭାସମିତି, ପ୍ରଚାର, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟ ନିମନ୍ତେ ଉପୁଜୁଥିବା ସମସ୍ୟା ଜିଲା ଅଧିକାରୀ ଶ୍ରୀ ଭୂୟାଁ ଜଣାଇଥିଲେ । ଜିଲାରେ ଓଡ଼ିଆରେ ଖବର ପ୍ରେରଣ ପାଇଁ ନିହାତି ଜଣେ ଓଡ଼ିଆ ଡ଼ିଟିପି ଜାଣିଥିବା କର୍ମଚାରୀର ବ୍ୟବସ୍ଥା କରିବାକୁ ଶ୍ରୀ ଭୂୟାଁ ଦାବୀ କରିଥିଲେ ।
ଅପରାହ୍ନରେ ଶ୍ରୀ ନାୟକ ସିନେମା ଛକରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରି ପାଠକ ପାଠିକା ତଥା ଖବର କାଗଜ ଓ ପତ୍ରପତ୍ରିକା ବାବଦରେ ଅବଗତ ହୋଇଥିଲେ । ଏଠାରେ ମଧ୍ୟ କର୍ମଚାରୀ ଅଭାବ ଜନିତ ସମସ୍ୟା ଉତ୍କଟ ଥିବା ସେ ନିଜେ ଅନୁଭବ କରିଥିଲେ । ସମସ୍ତ ସମସ୍ୟା ସେ ବିଭାଗୀୟ ଉଚ୍ଚ କର୍ତ୍ତପକ୍ଷଙ୍କ ଦୃଷ୍ଟିକୁ ଆଣି ଏହାର ସମାଧାନ କରିବା ନିମନ୍ତେ ଯଥାସାଧ୍ୟ ପ୍ରଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଚିତ୍ତରଞ୍ଜନ ଦାସ, ରାହୁଲ୍ କୁମାର ସିଂ, ସତ୍ୟସାଗର ମଣ୍ଡଳ, ନିଳଗିରିର ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ତଥା କାର୍ତ୍ତିକ ବେହେରା ଏବଂ ପାଠାଗାରର କର୍ମଚାରୀ ସୁଚିଶ୍ମିତା ପରିଡ଼ା ଉପସ୍ଥିତ ଥିଲେ ।