ପ୍ରଥମ ଭାରତୀୟ ଭାବେ ଟି-୨୦ରେ ୧୧ ହଜାର ରନ୍ କରି ମାଇଲଖୁଣ୍ଟ ସ୍ଥାପନ କଲେ କୋହଲି
ଗୌହାଟୀ: ଦ୍ଵିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିରୋଧରେ ବିଶାଳ ସ୍କୋର କରିଛି ଭାରତ । ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୩୭ ରନ କରିଛି। ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍ରୁ ୬୧ ରନ କରିଥିବା ବେଳେ କେଏଲ ରାହୁଲ ୨୮ ବଲ୍ରୁ ୫୭ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ବିବଶ ନଜର ଆସିଛନ୍ତି ଦକ୍ଷିଣ ଆଫ୍ରିକା ବୋଲର। ସେହିପରି ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ୨୩୭ ରନ ଭାରତର ଚତୁର୍ଥ ସର୍ବୋଚ୍ଚ ସ୍କୋର। ଧମାକାଦାର ଖେଳ ଦେଖାଇବା ସହ ସୂର୍ଯ୍ୟ କୁମାର ଦୃତ ଟି-୨୦ ଭାରତୀୟ ବ୍ୟାଟ୍ସ ମ୍ୟାନ୍ ଭାବେ ୧ହଜାର ରନର କରିବାର ରେକର୍ଡ କରିଛନ୍ତି। ସେହିପରି ପ୍ରଥମ ଭାରତୀୟ ଟି-୨୦ ଖେଳାଳି ଭାବେ କୋହଲି ୧୧ ହଜାର ରନ୍ କରି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।
Virat Kohli becomes the first Indian to get to 1⃣1⃣0⃣0⃣0⃣ T20 runs 👏👏#TeamIndia pic.twitter.com/2LZnSkYrst
— BCCI (@BCCI) October 2, 2022
ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଭାରତୀୟ ଟିମ୍ ୨୦ ଓଭରରେ ୩ ୱିକେଟ ହରାଇ ୨୩୭ ରନ୍ କରିଛି। ଏଥିରେ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ତେବେ କୋହଲି ଅଳ୍ପକେ ଅର୍ଦ୍ଧଶତକ କରିବାରୁ ବଞ୍ଚିତ ହୋଇଥିଲେ। ଆରମ୍ଭରୁ ହିଁ ଓପନର କେଏଲ ରାହୁଲ ଓ କ୍ୟାପଟେନ୍ ରୋହିତ ଶର୍ମା ଦୃତଗତିରେ ରନ୍ କରିଥିଲେ। ତେବେ କେଏଲ ରାହୁଲ ୫୭ ରନ୍ରେ(୨୮ ବଲ୍, ୪ ଛକ, ୫ ଚୌକା)ଓ ରୋହିତ ଶର୍ମା ୪୩ ରନ୍(୩୭ ବଲ୍, ଗୋଟିଏ ଛକା, ୭ ଚୌକା) କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ବିରାଟ କୋହଲି ଅପରାଜିତ ୪୯ ରନ୍(୨୮ ବଲ, ୧ଛକା, ୭ ଚୌକା), ସୂର୍ଯ୍ୟକୁମାର ଯାଦବ ୬୧ରନ୍(୨୨ ବଲ, ୫ଛକା, ୫ ଚୌକା), ଦିନେଶ କାର୍ତ୍ତିକ ଅପରାଜିତ ୧୭ ରନ୍(୭ ବଲ, ୨ ଛକା, ୧ ଚୌକା) କରିଥିଲେ। କୋହଲି ଓ ସୂର୍ଯ୍ୟକୁମାରଙ୍କ ଧମାକାଦାର ଛକା, ଚୌକା ଦେଖି ଦର୍ଶକ ଉତ୍ଫୁଲିତ ହୋଇପଡ଼ିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ୨ଟି ୱିକେଟ(ରାହୁଲ ଓ ରୋହିତ) ନେଇଥିଲେ। ସୂର୍ଯ୍ୟକୁମାର ରନ୍ ଆଉଟ ହୋଇଥିଲେ।