ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପ-ଜିଲାପାଳ, ୯ଟି ଜାଗାରେ ରେଡ୍

ନବରଙ୍ଗପୁର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଏକକାଳୀନ ନବରଙ୍ଗପୁର, ଭୁବନେଶ୍ୱର, ଭଦ୍ରକ ସମେତ ୯ ଟି ଜାଗାରେ ଚାଲିଛି ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଭିଜିଲାନ୍ସକୁ ମିଳିଥିଲା ସୂଚନା । ଅଭିଯୋଗ ପାଇବା ପରେ ଟିମ୍ ପକ୍ଷରୁ ତାଙ୍କ ବାସଭବନରେ ରେଡ୍ କରାଯାଇଥିଲା । ଏବେ ବି ଜାରି ରହିଛି ରେଡ୍ । ରେଡ୍ ପରେ ଅତିରିକ୍ତ ଉପ-ଜିଲାପାଳଙ୍କ ସମ୍ପତ୍ତି କେତେ ଜଣାପଡିବ ବୋଲି ଜୟପୁର ଏଡିସନାଲ ଏସପି ସୂଚନା ଦେଇଛନ୍ତି ।
ସୂଚନା ଯେ, ଭିଜିଲାନ୍ସ ବିଭାଗର ୯ ଟି ଟିମ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସହ ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଥିବା ସୂଚନା ମିଳିଛି। ଶ୍ରୀ ରାଉତ ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକରେ ବିଡ଼ିଓ ଥିବା ସମୟରେ ଜିରିପାଣି ପଞ୍ଚାୟତରେ ୧୧ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟର ବିଲ କରେଇଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ଏ ମାମଲା ସହ ନବରଙ୍ଗପୁର ଜିଲାରେ ମଧ୍ୟ ଶ୍ରୀ ରାଉତଙ୍କ ନାଁ ରେ ଅନେକ ଅଭିଯୋଗ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି। ଆଜି ସକାଳୁ ୯ ଟି ଜାଗାରେ ରେଡ଼ ଚାଲିଛି ତଦନ୍ତ ପରେ ହିଁ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ।