ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚଢାଉ ଜାରି
କୋରାପୁଟ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୬ଟି ସ୍ଥାନରେ ଚାଲିଛି ଚଢାଉ । ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କୋରାପୁଟ, ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି ।
ସୁନାବେଡା ଏନଏସି ଅଫିସ୍, ସୁନାବେଡା ସ୍ଥିତ ସରକାରୀ କ୍ବାର୍ଟର, ଭୁବନେଶ୍ବର ପୋଖରୀପୁଟ ସ୍ଥିତ କନିକା ଆପାର୍ଟମେଣ୍ଟ, ପାରଳାଖେମୁଣ୍ଡି ସୀତାପୁର ସ୍ଥିତ ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁର ଶକ୍ତିନଗର ସ୍ଥିତ ଦୁଇ ମହଲା ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ଜୟପୁର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଢାଉ ଚାଲିଛି । ଚଢାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।