ବିଦେଶ ଯାଉଥିବା ଲୋକଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ ରାଜନୀତିକ ଚଷମାକୁ ଏଠାରେ ଛାଡ଼ିଦିଅନ୍ତୁ
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ଦିନ ବିଦେଶ ଯାଉଥିବା ଲୋକ ମାନଙ୍କୁ ଏକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଯେ ଯେତେବେଳେ ଦେଶରୁ ବାହାରକୁ ଯିବା, ରାଜନୀତିକ ଚଷମାକୁ ଏଠାରେ ଛାଡ଼ିଦେବା ।ଉପରାଷ୍ଟ୍ରପତି ଧନଖଡ଼ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବିଶ୍ୱ ହୋମିଓପାଥିକ ଦିବସ ୨୦୨୩ରେ ବୈଜ୍ଞାନିକ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ପ୍ରଶ୍ନର ଉତରରେ କହିଛନ୍ତି ଯେ କେବେ ଆପଣ ଦେଖିଛନ୍ତି ଯେ ବିଦେଶରୁ କୌଣସି ଗଣମାନ୍ୟ ବ୍ୟକ୍ତି ଆମ ଏଠାକୁ ଆସିଛନ୍ତି ଏବଂ ସେ କେବେ ନିଜ ଦେଶର ବିଷୟରେ ଖରାପ କଥା କହିଛନ୍ତି? କେବେ ନୁହେଁ । ଚିନ୍ତାର ବିଷୟ ଯେ ଆମେ କିଛି ଲୋକ ଏପରି କାହିଁକି କରୁ ?