ବାରାଣସୀ ସିରିୟଲ ବ୍ଲାଷ୍ଟ ମାମଲା; ଦୋଷୀକୁ ଫାଶୀ

ଗାଜିୟାବାଦ : ବାରାଣସୀରେ୧୬ ବର୍ଷ ପୂର୍ବରୁ ହୋଇଥିବା ସିରିୟଲ ବ୍ଲାଷ୍ଟର ମୁଖ୍ୟ ଦୋଷୀ ବଲିଉଲ୍ଲାହକୁ ଗାଜିୟାବାଦ ଜିଲ୍ଲା ଏବଂ ସେସନ୍ସ ନ୍ୟାୟାଳୟ ସୋମବାର ଦିନ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ଉପରେ ୨.୬୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି ।
ଜିଲ୍ଲା ଏବଂ ସେସନ୍ସ ନ୍ୟାୟାଧୀଶ ଜିତେନ୍ଦ୍ର କୁମାର ସିହ୍ନା ଶନିବାର ଦିନ ମାମଲାର ମୁଖ୍ୟ ଅଭିଯୁକ୍ତ ବଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡର ଫୈସଲା ପାଇଁ ୬ ତାରିଖ ସ୍ଥିର କରିଥିଲେ । ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ ସିହ୍ନା ଆଜି ଦଣ୍ଡର ଘୋଷଣା କରିଛନ୍ତି । ନ୍ୟାୟାଳୟ ମାମଲାକୁ ବିରଳତମ ମାନିଛନ୍ତି ଏବଂ ଦୋଷୀ ଆତଙ୍କୀ ବଲିଉଲ୍ଲାହକୁ ଫାଶୀର ସଜ୍ଜା ଶୁଣାଇ ଏହା ଉପରେ ବିଭିନ୍ନ ଧାରାରେ ମୋଟ ୨.୬୫ ଲକ୍ଷ ଟଙ୍କର ଜରିମାନା ଲଗାଇଛନ୍ତି । ଏହାପୂର୍ବରୁ ଦୋଷୀ ବଲୀଉଲ୍ଲାହକୁ କଡ଼ା ସୁରକ୍ଷାରେ ଡାସନା ଜେଲ୍ରୁ ନେଇ ଜିଲ୍ଲା ଏବଂ ସତ୍ର ନ୍ୟାୟାଳୟରେ ପେଶ୍ କରାଯାଇଥିଲା ।
ଜିଲ୍ଲା ଶାସକୀୟ ଅଧିବକ୍ତା ରାଜେଶ ଶର୍ମା କହିଛନ୍ତି ଯେ ସାତ ମାର୍ଚ୍ଚ ୨୦୦୬ରେ ବାରଣସୀର କୈଂଟ ରେଲୱେ ଷ୍ଟେସନ ଏବଂ ସଂକଟ ମୋଚନ ମନ୍ଦିରରେ ସିରିୟଲ ବମ୍ ବିସ୍ଫୋଟ ହୋଇଥିଲା । ଘଟଣାରେ ୧୮ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୫ରୁ ଅଧିକ ଲୋକ ଆହତ ହୋଇଥିଲେ । ସେହିଦିନ ସନ୍ଧ୍ୟାରେ ଦଶ୍ୱାସମେଧ ଘାଟରେ ମଧ୍ୟ ବିସ୍ଫେରକ ପଦାର୍ଥ ମିଳିଥିଲା । ମାମଲାରେ ପୋଲିସ୍ ପାଂଚ ଅପ୍ରେଲ ୨୦୦୬ରେ ପ୍ରୟାଗରାଜର ଫୁଲପୁର ଗାଆଁ ନିବାସୀ ବଲୀଉଲ୍ଲାହକୁ ଗିରଫ କରିଥିଲା । ବଲୀଉଲ୍ଲାହ ଉପରେ ସଂକଟ ମୋଚନ ମନ୍ଦିର ଏବଂ ବାରାଣସୀ ପୈଟ ରେଲୱେ ଷ୍ଟେସନରେ ବିସ୍ଫୋଟର ଷଡ଼ଯନ୍ତ୍ର କରିବା ଏବଂ ଆତଙ୍କବାଦ ବିସ୍ତାର କରିବାର ଅଭିଯୋଗ ଥିଲା ।