ମଇ ପହିଲାରୁ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକା
- ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ କେନ୍ଦ୍ ସରକାର ଟୀକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଆଗାମୀ ମଇ ପହିଲା ଠାରୁ ୧୮ ବର୍ଷରୁ ଉର୍ଧ ସମସ୍ତଙ୍କୁ ଟୀକା ଦିଆ ଯାଇ ପାରିବ । ଡାକ୍ତର ମାନଙ୍କ ସହ ଆଜି ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଗତ ଏକ ବର୍ଷ ଧରି ସରକାର ଦେଶରେ ଅଧିକରୁ ଅଧିକ ଲୋକ ମାନଙ୍କୁ ଭ୍ୟାକସିନର ଦେବାକୁ ଚେଷ୍ଟା କରୁଛନ୍ତି । ଭ୍ୟାକ୍ସିନ ଉତ୍ପାଦକ ମାନେ ୫୦ ପ୍ରତିଶତ ଭ୍ୟାକ୍କିନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ଉତ୍ପାଦକ ମାନେ ବଳକା ୫୦ ପ୍ରତିଶତ ରାଜ୍ୟ ମାନଙ୍କୁ, ଖୋଲା ବଜାରରେ ବିକ୍ରି କରି ପାରିବେ । ଉତ୍ପାଦକ ମାନେ ସେମାନଙ୍କର ଟୀକାର ମୂଲ୍ୟ ମଇ ପହିଲା ପୂର୍ବରୁ ପାରଦର୍ଶୀ ଭାବେ ଘୋଷଣା କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଆସନ୍ତା ମଇ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ନିଷ୍ପତି କୋଭିଡ୍-୧୯ ବିରୋଧରେ ସରକାରଙ୍କ ପ୍ରସ୍ତୁତିକୁ ମଜବୁତ୍ କରିବ ଏବଂ ଏହି କଠିନ ସମୟରେ ଭାରତବର୍ଷର ସମସ୍ତ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବାର ନିର୍ଣ୍ଣାୟକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଟିକା ଉତ୍ପାଦନକାରୀ କମ୍ପାନୀମାନେ ୫୦ ପ୍ରତିଶତ କୋଭିଡ଼-୧୯ ଟିକା ଡୋଜ୍ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ଖୋଲା ବଜାରକୁ ଦେବାର ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ନିଷ୍ପତି ଅଧିକ ନାଗରିକମାନଙ୍କୁ ଟିକା ନେବାରେ ସହାୟକ ହେବା ସହ ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।