ଏଣିକି ଘରୋଇ ହସ୍ପିଟାଲ୍ରେ ମାଗଣାରେ ମିଳିବ ଟିକା
- ଏସ୍ଓପି ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟର ସରକାରୀ ପ୍ରାୟୋଜିତ ଘରୋଇ ହସ୍ପିଟାଲ୍ରେ ବି ହୋଇପାରିବ ଟିକାକରଣ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏଥିପାଇଁ ଗାଇଡ୍ଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର (ଏସ୍ଓପି) ଜାରି କରିଛନ୍ତି ସରକାର ।
୧୮ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୪ ବର୍ଷରୁ କମ୍ ବ୍ୟକ୍ତି ଏବେ ଘରୋଇ ହସ୍ପିଟାଲ୍ରେ ଟିକା ନେଇ ପାରିବେ । ରାଜ୍ୟ ସରକାର ଘରୋଇ ହସ୍ପିଟାଲ୍କୁ ମାଗଣାରେ କରୋନା ଟିକା ଯୋଗାଇଦେବା ନେଇ ଏହି ଏସ୍ଓପିରେ କହିଛନ୍ତି । ଏଥିପାଇଁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଏ ନେଇ ଡୋଜ୍ ପିଛା ୧୦୦ଟଙ୍କା ଆଦାୟ କରିପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି ।