କାଲି ଟିକା ଆସିଲେ ମେ ପହିଲାରୁ ଆରମ୍ଭ ହେବ ଟିକାକରଣ
ଭୁବନେଶ୍ୱର : ରାଜ୍ୟରେ ୩୦୨ କେନ୍ଦ୍ରରେ ଚାଲିଛି ଟିକାକରଣ। ହେଲେ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି । ବୁଧବାର ୯୦ ହଜାର କୋଭିସିଲ୍ଡ ମିଳିଥିବା ବେଳେ ଗୁରୁବାର ସବୁ ଜିଲ୍ଲାରେ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେହିପରି ବୁଧବାର ୪୬୯ କେନ୍ଦ୍ରରେ ୪୩ ହଜାର ୮୫୩ଜଣ ଟିକା ନେଇଛନ୍ତି।
ଆଜି ଯାଏ ସମୁଦାୟ ୫୭ଲକ୍ଷ ୪୮ ହଜାର ୭୬୯ ଟିକାକରଣ ହୋଇଛି। ବର୍ତ୍ତମାନ ରାଜ୍ୟରେ ୧ଲକ୍ଷ ୧୯ ହଜାର କୋଭିସିଲ୍ଡ ୩ଲକ୍ଷ ୪୬ ହଜାର କୋଭାକ୍ସିନ ଅଛି। ୧ କୋଟି ୨ଲକ୍ଷ ଜଣ ସର୍ବଭାରତୀୟ ସ୍ତରରେ ୧୮ରୁ ୪୪ ବର୍ଷ ପଞ୍ଜିକରଣ କରିଛନ୍ତି। ଟିକା ପାଇଁ ଚିନ୍ତା କରନ୍ତୁ ନାହିଁ। କମ୍ପାନିମାନେ ଆମକୁ କିଛି ଉତ୍ତର ଦେଇ ନାହାନ୍ତି। ଯଦି ଶୁକ୍ରବାର ଟିକା ଆସିବ, ତେବେ ମେ ପହିଲାରୁ ଟିକାକରଣ ଆରମ୍ଭ ହେବ ନଚେତ ଡେରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ।