ଆଜିଠୁ ରାଜ୍ୟରେ ସ୍ୱାଭାବିକ ହେବ ଟିକାକରଣ
ଭୁୁବନେଶ୍ୱର : ବର୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି । ବିଭିନ୍ନ ଜିଲ୍ଲାରୁ ଗୁରୁବାର ଭ୍ୟାକସିନ ଭ୍ୟାନ ଆସିଗଲାଣି । ରାତି ସୁଧା ସବୁ ଜିଲ୍ଲାକୁ ଟିକା ପଠାଯିବ । ଯାହାଫଳରେ ଶୁକ୍ରବାରଠୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଓଡ଼ିଶାରେ ଏବେ ତିନି ପ୍ରକାର ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଆଜି ବିଭିନ୍ନ ଜିଲ୍ଲାରେ କୋଭିସିଲଡ ମାତ୍ର ୬୦ ହଜାର ଟିକା ଥିଲା । ଗତକାଲି ରାତିରେ କେନ୍ଦ୍ରକୁ ୩ ଲକ୍ଷ ଓ ଆଜି ସକାଳେ ୪.୮ ଲକ୍ଷ କୋଭିସିଲଡ ଟିକା ଆସି ପହଂଚିଛି । ବର୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି ।
ବିଭିନ୍ନ ଜିଲ୍ଲାରୁ ଆଜି ଭ୍ୟାକସିନ ଭ୍ୟାନ ଆସିଗଲାଣି । ଆଜି ରାତି ସୁଦ୍ଧା ସବୁ ଜିଲ୍ଲାରେ ଟିକା ପହଂଚିବ । ଫଳରେ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ । ସେହିପରି କର୍ବିଭାକ୍ସ ଟିକା ଯାହାକି ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି । ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି । ସେହିପରି ଦ୍ୱିତୀୟ ଡୋଜ ଟିକାକରଣ ମଧ୍ୟ ଚାଲିଛି । ଆଜି ୧୫୦୦ ସରକାରୀ କେନ୍ଦ୍ରରେ ଟିକାଦାନ ଚାଲିଛି । ଯେହେତୁ ଆଜି ଟିକା ନାହିଁ, ତେଣୁ କମ୍ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଆସନ୍ତାକାଲିଠାରୁ ୨୫୦୦ରୁ ୩ ହଜାର କେନ୍ଦ୍ରରେ ଟିକା ଦିଆଯିବ ।