ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ଟିକାକରଣ
ଭୁବନେଶ୍ୱର : ଆଗାମୀ ଡିସେମ୍ବର ମାସ ଶେଷ ସୁଦ୍ଧା ଟିକାକରଣ ସରିବ । ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ । ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି । ବର୍ତମାନ ଟିକାରେ କିଛି ସମସ୍ୟା ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆସାରିଛି । ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦ୍ୱିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି । ମୋଟ ୫୪ % ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ଏବେ ୨୮ ଲକ୍ଷ ୫୪ କୋଭିସିଲଡ ଓ ୪ ଲକ୍ଷ ୫୪ ହଜାର ଟିକା କୋଭାକ୍ସିନ ଟିକା ମହଜୁଦ ରହିଛି । ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ଅଛି ପ୍ରାଥମିକତା ଭିତିରେ ସେମାନଙ୍କୁ ଟିକା ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଓ ଦ୍ୱିତୀୟ ଡୋଜ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । କେତେ ଶିକ୍ଷକ ଟିକା ନେବେ ଜିଲ୍ଲାକୁ ତଥ୍ୟ ମଗାଯାଇଛି । ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ । କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି । ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ୧ ଲକ୍ଷ ଗର୍ଭବତୀ ମହିଳାଙ୍କର ଟିକାକରଣ କରାଯାଇଛି । ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ ।
ଅପରପକ୍ଷରେ ନୂଆ ଭ୍ୟାରିଆଂଟ ସି ୧.୨ ନେଇ ସବିଶେଷ ତଥ୍ୟ ନାହିଁ । ଭାରତରେ ସେ ଭ୍ୟାରିଆଂଟ ଚିହ୍ନଟ ହୋଇନି । ଭ୍ୟାକ୍ସିନକୁ ବ୍ରେକ କରି ସଂକ୍ରମଣ କରିବ ବୋଲି କୁହାଯାଉଛି । ଆଂଟିବଡିକୁ ନଷ୍ଟ କରି ସଂକ୍ରମଣ କରୁଥିବା କୁହାଯାଉଛି । କିନ୍ତୁ ସେହି ଭ୍ୟାରିଆଂଟ ବର୍ତମାନ ସୁଦ୍ଧା ଆମ ଦେଶରେ ଚିହ୍ନଟ ହୋଇନି । ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ଲହରେରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ । ଅଗଷ୍ଟ ଶେଷ ଆଡ଼କୁ ବଢିଛି । ସମସ୍ତେ ଆକଳନ କରୁଛନ୍ତି ସଂକ୍ରମଣ ବଢ଼ିପାରେ । ସମ୍ଭାଳିବାକୁ ସରକାର ପ୍ରସ୍ତୁତ । ୮୦-୮୫ ପ୍ରତିଶତ ଲକ୍ଷଣବିହୀନ ଓ ସ୍ୱଳ୍ପ ଲକ୍ଷଣ, ମାତ୍ର ୫ ପ୍ରତିଶତ ସଂକ୍ରମିତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତି କରିବାକୁ ପଡ଼ିପାରେ ।