ଟିକାକରଣରେ ରେକର୍ଡ : ବାଲେଶ୍ୱର ଜିଲା ବିଜେପି ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
ବାଲେଶ୍ୱର : ମହାମାରୀ କୋଭିଡ଼ ଆତଙ୍କକୁ ଦମନ କରିବାରେ ଟିକାକରଣ ମୂଖ୍ୟ ଆୟୁଧ । ଏହାକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୬ ଜାନୁଆରୀରୁ ଦେଶରେ କୋଭିଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ଅଭିଯାନ ସଫଳତାର ସହିତ ଦିନକୁ ଦିନ ନୂଆ କୀର୍ତ୍ତିମାନ ସ୍ଥାପନ କରି ୧୦୦ କୋଟି ଛୁଇଁବାକୁ ଯାଉଛି । ଫଳରେ ଦେଶବ୍ୟାପୀ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ବୁଧବାର ବାଲେଶ୍ୱର ଜିଲା ବିଜେପି ତରଫରୁ ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ସ୍ମୃତି ଭବନ ଟିକାକରଣ କେନ୍ଦ୍ର ନିକଟରେ ସମ୍ମୀଳିତ ବିଜେପି ପଦାଧିକାରୀ ଓ କର୍ମୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମହିଳାମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ବିଶ୍ୱାଳ, ପୁର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ ଓ ଜୀବନ ପ୍ରଦୀପ ଦାସ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ୱର ଚନ୍ଦ୍ର ବେହେରା, ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଉପସଭାପତି କମଳା ବିନ୍ଧାଣି, ମୀନାକ୍ଷୀ ମହାପାତ୍ର ଓ କମଲଲୋଚନ ଦାସ, ସମ୍ପାଦକ ଆଶିଷ ଘୋଷ, ବିଭୁ ପ୍ରସାଦ ଦାସ, ପିଙ୍କି ପ୍ରଧାନ ଓ ସସ୍ମିତା ଚାନ୍ଦ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନୀଷା ବେହେରା, ଜିଲା ପରିଷଦ ସଦସ୍ୟ ବିପିନ ମାରାଣ୍ଡି, ମଣ୍ଡଳ ସଭାପତି କୃଷ୍ଣା ଶାହା, ସବୀତା ପାଣିଗ୍ରାହୀ, ନଗର ସଭାନେତ୍ରୀ ସସ୍ମିତା ପଣ୍ଡା, ସଞ୍ଜୁକ୍ତା ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ସ୍ୱାଧିନ ପଣ୍ଡା, ସୁବୋଧ ପଣ୍ଡା, ମୁନା ମହନ୍ତ, ଜଳଧର ମହାନ୍ତି, ଦେବବ୍ରତ ମିଶ୍ର, ବବି, ଅରୁପ ଜେନା, ରାଜେଶ, ପ୍ରଫୁଲ୍ଲ ଦ୍ୱିବେଦୀ, ସରୋଜ, ସୋଭାକର ସାହୁ, ନଗର ସଭାପତି ଚିତରଞ୍ଜନ ପଣ୍ଡା, ଜୋଗେନ ରଣା, ମଣ୍ଟୁ ପେରିୱାଲ, ସୁରଝଙ୍କାର ସେଠୀ, ପିଣ୍ଟୁ ପୋଦ୍ଦାର, ତରୁଣ ବର୍ଦ୍ଧନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।