ଭୁବନେଶ୍ୱରରେ ବୃଦ୍ଧି ହେବ ଟିକାଦାନ କେନ୍ଦ୍ର
- ଆହାର କେନ୍ଦ୍ରଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍
ଭୁବନେଶ୍ୱର : ଭୁବନେଶ୍ୱରରେ ବୃଦ୍ଧି ହେବ ଟିକାଦାନ କେନ୍ଦ୍ର । ମେ’ ୧ରୁ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଭୁବନେଶ୍ୱରରେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା କରିଛି ବିଏମସି । ସଂଖ୍ୟାକୁ ଦେଖି ଭିଡ଼ ଏଡ଼ାଇବାକୁ ଏଭଳି ବ୍ୟବସ୍ଥା କରାଯିବ । ଦୁଇଟି ବର୍ଗରେ ଲୋକଙ୍କୁ ଭାଗ କରି ଅଲଗା ଅଲଗା ସମୟରେ ଟିକା ଦେବାର ସୁବିଧା କରାଗଲେ ସୁବିଧା ହୋଇପାରିବ ବୋଲି କୁହାଯାଉଛି ।
ସେହିଭଳି ରାଜଧାନୀରେ ଥିବା ଆହାର କେନ୍ଦ୍ରଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍ କରିବ ଭୁବନେଶ୍ୱର ମହାନଗର ନିଗମ । ଆଗକୁ ଦିନ ୩ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ର ଗୁଡ଼ିକ ଖୋଲା ରଖିବାକୁ ଯୋଜନା ହୋଇଥିବା ବେଳେ କେନ୍ଦ୍ରକୁ ଆସୁଥିବା ଲୋକେ କିଭଳି ସାମାଜିକ ଦୂରତା ଅବଲମ୍ବନ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ । ସେହିପରି ଭୁବନେଶ୍ୱରରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇଛି । ହସ୍ପିଟାଲରେ ବେଡ଼ ସଂଖ୍ୟା ୩ ହଜାର ରହିଛି । ୪୦୦ ଆଇସିୟୁ ବେଡ଼ ଅଛି ଏବଂ ୭୦୦ ଏସଦିୟୁ ବେଡ଼ ରହିଛି। ସବୁ ବେଡ଼ ପାଇଁ ଅମ୍ଳଜାନର ବ୍ୟବସ୍ଥା କରାଯାଇଛି। ପାଇପ ଲାଇନ ଯୋଗେ ନଚେତ ସିଲିଣ୍ଡର ଜରିଆରେ ଦିଆଯିବାର ବ୍ୟବସ୍ଥା ରହିଛି। ଭୁବନେଶ୍ୱରରେ ଅକ୍ସିଜେନ୍ କୁ ନେଇ କିଛି ସମସ୍ୟା ନାହିଁ । ଏହା ଛଡା ୧୯୨୯ କୋଭିଡ ହେଲ୍ପଲାଇନ ନମ୍ବର କୁ ଆହୁରି ତ୍ୱରାନ୍ୱିତ କାରାଯାଉଛି।