ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ
ଯାଜପୁର : ଯାଜପୁର ଜିଲା କଂଗ୍ରସ କାର୍ଯ୍ୟାଳୟରେ ଜିଲା କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତଙ୍କ ପୌରହିତ୍ୟରେ ଉକ୍ତଳ ଦିବସ ଓ ଯାଜପୁର ଜିଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଆୟୋଜିତ ସଭାରେ ଯାଜପୁର ବିଧାନ ସଭାର କଂଗ୍ରେସର ନେତା ସନ୍ତୋଷ ନନ୍ଦ ମୁଖ୍ୟ ଅତିଥିଭାବେ ଯାଗଦେଇ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଆଜି ଦିନଟି ସମଗ୍ର ଓଡ଼ିଶା ଓ ଯାଜପୁର ବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ ହୋଇଥିବାରୁ ସମସ୍ତ ଓଡ଼ିଶାବାସୀଙ୍କୁ ଶୁବେଚ୍ଛେ ଓ ଅଭିନନ୍ଦନ ଜଣାଯାଇଥିଲା । ଭାଷାଭିତିକ ରାଜ୍ୟ ଓଡ଼ିଶା ୧୯୯୩୬ ମସିହା ଏପ୍ରେଲ ୧ତାରିଖରେ ଘୋଷଣା େହୋଇଥିଲା । ଆଜି ଆମ ରାଜ୍ୟ ଉପରେ ପଡ଼ୋଶୀ ରାଜ୍ୟ ମାନଙ୍କର ଭୌଗଳିକ ସୀମାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ସମୟ ଆସିଛି ଆମ ଓଡ଼ିଶାରୁ କୌଣସି ଅଂଚଳକୁ ଯେପରି ପଡ଼ୋଶୀ ରାଜ୍ୟର ଅଧିନକୁ ନ ଯାଏ ଓ ଓଡ଼ିଶାରେ ବାସ କରୁଥିବା ଲୋକ ଆମ ମାତୃ ଭାଷାରୁ ବଂଚିତ ନହେବେ ଏବଂ ସମସ୍ତେ ଆମ ଓଡ଼ିଆ ଭାଷା ପଢିବେ ଓ ଜାଣିତୋହା ଆମ ସମସ୍ତଙ୍କର ଶ୍ରେୟ ହେବା ଉଚିତ । ଏବ ଓଡ଼ିଶାର ସମସ୍ତ ଜନସାଧାରଣ ସୁଖ ଶାନ୍ତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନର ବ୍ରତୀ ସେବା ପାଇଁ ପ୍ରେତ୍ୟକ ଓଡ଼ିଆ କର୍ତବ୍ୟ କରିବା ଉଚିତ ବୋଲି ଶ୍ରୀ ନନ୍ଦ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉପସ୍ଥିତ କଂଗ୍ରେସର ନେତୃ ମଣ୍ଡଳୀମାନେ ବୀର ପୁତ୍ରମାନଙ୍କ ପ୍ରତି ଭକ୍ତିପୁତ ଶ୍ରନ୍ଧାଞ୍ଜଳୀ ଅର୍ପଣ କରିବା ସହ ଆମେ ଗର୍ବରେ କହିବା ଆମେ ଓଡ଼ିଆ । ଏହି ସଭାରେ ଦୁର୍ଯ୍ୟେଧନ ବେହେରା, ଭାସ୍କର ମହାନ୍ତି, ବିଦ୍ୟାଧର ବାରିକ, ନକୁଳ ଦେବ ସାହୁ, ରଘୁନାଥ ସାହୁ, ପ୍ରତିମା କର, ବିଜୟ ମହାପାତ୍ର, ଅକ୍ଷୟ ଶତପଥି, ବିଭୂତି ମହାପାତ୍ର, ଗଦାଧର ଦାସ, ମାନଓ ପଣ୍ଡା, ଅରଜିତ ନାୟକ, ପୂର୍ଣ୍ଣଚନ୍ଦ୍ର ଯେନା ପ୍ରଭୃତି ଉପସ୍ଥିତ ହୋଇ ବୀର ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।