ଆଜି କାର୍ଯ୍ୟକ୍ଷମ ହେବ ଉତକେଲା ବିମାନବନ୍ଦର, ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମା

ଭୁବନେଶ୍ୱର/ଭବାନୀପାଟଣା : କଳାହାଣ୍ଡି ଜିଲାବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ଜିଲାର ଉତକେଲା ବିମାନ ବନ୍ଦର ଆଜିଠାରୁ କାର୍ଯ୍ୟକ୍ଷମ ହେବ । ଏଠାରୁ ଆରମ୍ଭ ହେବ ବିମାନ ସେବା । ଉତକେଲା ବିମାନବନ୍ଦର ଆଜି ଉଦଘାଟନ ହେବା ସହ ଭୁବନେଶ୍ୱରରୁ ଉତକେଲାକୁ ପ୍ରଥମ ବିମାନ ଚଳାଚଳର ଶୁଭାରମ୍ଭ ହେବ । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉପସ୍ଥିତ ରହିବେ । କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସ ଯୋଗେ ଶୁଭାରମ୍ଭ କରିବେ । ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅପ୍ କରିବେ ।
ଆଜି ସକାଳ ସାଢେ ୧୦ଟାରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ୧୦ଟା ୩୫ରେ ଉତକେଲାକୁ ପ୍ରଥମ ବିମାନ ଉଡାଣ ଭରିବ । ଏଥିସହିତ ଉତକେଲା ନୂତନ ଭାବେ ନିର୍ମାଣ ହୋଇଥିବା ଏୟାରପୋର୍ଟର ଉଦଘାଟନ ହେବ । ଇଣ୍ଡିଆ ୱାନ ଏୟାରଲାଇନ୍ସ ଉତକେଲାକୁ ୯ ସିଟ ବିଶିଷ୍ଟ ବିମାନ ଚଳାଇବ। ତେବେ ପ୍ରାରମ୍ଭିକ ଭାବେ ଟିକେଟର ଦାମ ୯୯୯ ଟଙ୍କା ରହିଛି। ପ୍ରତିଦିନ ଏହା ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ିବ ଓ ୮ ଟା ୨୫ ରେ ଉତ୍କେଲାରେ ପହଞ୍ଚିବ। ଉତକେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ । ଅଗଷ୍ଟ ୭ରେ ଉତ୍ କେଲା ବିମାନ ବନ୍ଦରକୁ ଡିଜିସିଏ ।