ଋଷକୁ ଚେତାବନୀ ଦେଲା ଆମେରିକା ! କଳ୍ପନା ବାହାରେ ଯନ୍ତ୍ରଣା ଭୋଗିବ
ନୂଆଦିଲ୍ଲୀ: ଆମେରିକାର ଚେତାବନୀ ସତ୍ତ୍ଵେ ୟୁକ୍ରେନ ଉପରେ ଋଷ ଘୋଷଣା କରିସାରିଛି । ଋଷର ୨ ଲକ୍ଷ ସୈନ୍ୟ ୟୁକ୍ରେନକୁ ଘେରି ରହିସାରିଛି । ଯୁଦ୍ଧ ଆରମ୍ଭ ହୋଇସାରିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧରେ ହେବାକୁ ଥିବା ରକ୍ତପାତ ପାଇଁ ୟୁକ୍ରେନ ଶାସନ ଦାୟୀ ରହିବ ବୋଲି କହିଛନ୍ତି । ଏବଂ ଆମେରିକା ଭଳି ଅନ୍ୟ ଦେଶମାନେ ଋଷର କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛନ୍ତି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଉପରେ ଏକ ଅପ୍ରାକୃତିକ ଆକ୍ରମଣ ଆରମ୍ଭ କରିବାକୁ ଋଷର ଉଦେଶ୍ୟକୁ ନିନ୍ଦା କରିଛନ୍ତି । ଏଥିପାଇଁ ବିଶ୍ୱ ଋଷର ଉତ୍ତରଦାୟିତ୍ୱକୁ ଠିକ କରିବ ବୋଲି ସେ କହିଛନ୍ତି । କଳ୍ପନା ବାହାରେ ଋଷ ଯନ୍ତ୍ରଣା ଭୋଗିବ ବୋଲି ବାଇଡେନ କହିଛନ୍ତି ।
ବାଇଡେନ୍ କହିଛନ୍ତି ଯେ ପୁରା ମାମଲା ଉପରେ ସେ ନଜର ରଖିଛନ୍ତି। ଆଗାମୀ ଦିନରେ ଜି-୭ ଓ ନାଟୋ ସମୁହ ଦେଶମାନଙ୍କ ସହ ବୈଠକ କରିବେ ବୋଲି କହିଛନ୍ତି । ଏହି ଯୁଦ୍ଧରେ ମୃତ୍ୟୁ ଓ ବିନାଶ ପାଇଁ ବିଶ୍ୱ ବାସୀ ଋଷକୁ ଦାୟୀ କରିବେ। ବାଇଡେନ ବର୍ତ୍ତମାନ ହ୍ୱାଇଟ ହାଉସରେ ରହି ସମସ୍ତ ବିଷୟ ଉପରେ ନଜର ରଖିଛନ୍ତି। ଜାତୀୟ ସୁରକ୍ଷା ଟିମ୍ ପାଖରୁ କ୍ରମାଗତ ଭାବେ ସୂଚନା ନେଉଛନ୍ତି। ଆମେରିକା ପୂର୍ବରୁ ଋଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇସାରିଛି। ସେପଟେ ଯୁଦ୍ଧ ଟାଳିବାକୁ ୟୁକ୍ରେନ୍ର ରାଷ୍ଟ୍ରପତି ଜାଲେଂସ୍କି ଲାଇଭ୍ ଟିଭିରେ ଶାନ୍ତିପୂର୍ଣ୍ଣ ନିବେଦନ କରିଛନ୍ତି। ସେ ଋଷର ଲୋକମାନଙ୍କୁ ୟୁକ୍ରେନ୍ ସହ ଥିବା ଇତିହାସ ଏବଂ ସଂସ୍କୃତିର ଦ୍ଵାହି ଦେଇଛନ୍ତି। ଜେଲେଂସ୍କି କହିଛନ୍ତି ଯେ, ସେ ଭ୍ଲାଦିମିର ପୁଟିନ୍ଙ୍କୁ ଫୋନ୍ କରିଥିଲେ ମାତ୍ର ସେ ଏହାର ଉତ୍ତର ଦେଇ ନାହାଁନ୍ତି। ୟୁକ୍ରେନ୍ ଶାନ୍ତି ଚାହୁଁଥିବା ସେ କହିଛନ୍ତି ।