ଇସ୍ରାଏଲ ଓ ପାଲେଷ୍ଟାଇନ ପ୍ରସଙ୍ଗକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ଆଜି
ନ୍ୟୁୟର୍କ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବାବେଳେ ରବିବାର ଏ ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ବସିବାକୁ ଯ଼ାଉଛି । ଏହି ବୈଠକର ପୂର୍ବରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯ଼େ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ପ୍ରସଙ୍ଗରେ ନିରାପତ୍ତା ପରିଷଦରେ ସହମତି ସୃଷ୍ଟି ହେଉ
ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି ଯ଼େ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯ଼ୁଦ୍ଧ ବିରତି ଲାଗି ନିରାପତ୍ତା ପରିଷଦର ସବୁ ସଦସ୍ୟରାଷ୍ଟ୍ର ଏକାଠି ହୁଅନ୍ତୁ । ଯ଼ୁଦ୍ଧ ବଦଳରେ ଏହି ବିବାଦର ରାଜନୈତିକ ସମାଧାନ ପାଇଁ ନିରାପତ୍ତା ପରିଷଦ ଉଦ୍ୟମ କରୁ । ସେ କହିଛନ୍ତି ଯ଼େ ସବୁ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ହେଲେ ନିରାପତ୍ତା ପରିଷଦ ସୁଦୃଢ ହେବ । ପୂର୍ବରୁ ଗତ ଶୁକ୍ରବାରଦିନ ଏହି ଜରୁରୀ ବୈଠକ ପାଇଁ ଦିନ ଧାର୍ୟ଼୍ୟ କରାଯ଼ାଇଥିଲେ ମଧ୍ୟ ଆମେରିକାର ବିରୋଧ ଯ଼ୋଗୁଁ ତାହାକୁ ରବିବାରକୁ ଘୁଞ୍ଚାଇ ଦିଆଯ଼ାଇଥିଲା । ସୂଚନା ଯେ, କଠୋରପନ୍ଥୀ ସଂଗଠନ ହମାସ କବଜାରେ ଥିବା ଗାଜା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିଛି । ଅନ୍ୟପଟେ ଇସ୍ରାଏଲ ଉପରେ ମଧ୍ୟ ହମାସର ରକେଟ ଆକ୍ରମଣ ଜାରି ରହିଛି ।