ବାହାରିଲା ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ୍ ପରୀକ୍ଷା-୨୦୨୨, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ : ୟୁନିଅନ ପବ୍ଲିକ ସର୍ଭିସ କମିଶନ ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ୍ ପରୀକ୍ଷା-୨୦୨୨ ର ଫଳାଫଳ ଘୋଷଣା କରିଛି । ଜୁନ୍ ୫ ତାରିଖରେ ଅନୁଷ୍ଠିତ ଭାରତୀୟ ପ୍ରଶାସନିକ ସେବା (ୟୁପିଏସସି ଆଇଏଏସ) ପ୍ରାଥମିକ ନିଯୁକ୍ତି ପରୀକ୍ଷାରେ ଉପସ୍ଥିତ ଥିବା ପ୍ରାର୍ଥୀମାନେ ବର୍ତ୍ତମାନ upsc.gov.in ରେ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ । ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ରୋଲ ନମ୍ବର ତାଲିକା ଆୟୋଗ ଏହାର ଅଫିସିଆଲ ୱେବସାଇଟରେ ପ୍ରକାଶ କରିଛି ।
ୟୁପିଏସସି ଆଇଏଏସ ନିଯୁକ୍ତି ୨୦୨୨ ଅଭିଯାନ ମାଧ୍ୟମରେ ବିଭିନ୍ନ ବିଭାଗରେ ମୋଟ ୨୦୧୧ ଟି ଖାଲି ପଦବୀ ପୂରଣ ହେବ । ଯେଉଁ ପ୍ରାର୍ଥୀମାନେ ପ୍ରିଲିମସରେ ଯୋଗ୍ୟତା ଅର୍ଜନ କରନ୍ତି, ସେମାନଙ୍କୁ ମୁଖ୍ୟ ପରୀକ୍ଷାରେ ହାଜର ହେବାକୁ ପଡ଼ିବ । ଏହି ପ୍ରାର୍ଥୀମାନଙ୍କୁ ମୁଖ୍ୟ ପରୀକ୍ଷା ପୂର୍ବରୁ ବିସ୍ତୃତ ଆବେଦନ ଫର୍ମ ପୂରଣ କରିବାକୁ ପଡିବ । ୟୁପିଏସସିର ଅଫିସିଆଲ୍ ୱେବସାଇଟରେ ଖୁବ୍ ଶୀଘ୍ର ଡିଏଏଫ ଭରିବା ତାରିଖ ବିଜ୍ଞପ୍ତି ପ୍ରକାଶ ପାଇବ । ୟୁପିଏସସି ସିଭିଲ ସର୍ଭିସେସ୍ ନିଯୁକ୍ତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ, କମିଶନଙ୍କ ୱେବସାଇଟ୍ ଉପରେ ନଜର ରଖନ୍ତୁ । ଫଳାଫଳକୁ କିପରି ଯାଞ୍ଚ କରାଯିବ ତାହା ଆପଣ ନିମ୍ନରେ ଦେଖିପାରିବେ ।
କିପରି ଚେକ୍ କରିବେ ୟୁପିଏସସି ସିଭିଲ୍ ସର୍ଭିସେସ୍ ପ୍ରିଲିମସ୍ ରେଜଲ୍ଟ
ଷ୍ଟେପ୍ ୧: ସର୍ବପ୍ରଥମେ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଆନ୍ତୁ ।
ଷ୍ଟେପ୍ ୨: ଏଠାରେ, ‘ଫଳାଫଳ – ସିଭିଲ୍ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷଣ, ୨୦୨୨’ ଲିଙ୍କରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ ୩: ସ୍କ୍ରିନରେ, ୟୁପିଏସସି ସିଭିଲ୍ ମେନ୍ ପରୀକ୍ଷା-୨୦୧୨ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ଖୋଲିବ ।
ଷ୍ଟେପ୍ ୪: ctrl + f ଟାଇପ୍ କର ଓ ଆପଣଙ୍କ ରୋଲ୍ ନମ୍ବର ଏଣ୍ଟ୍ରି କରି ସର୍ଚ୍ଚ କରନ୍ତୁ ।
ଷ୍ଟେପ୍ ୫: ତାଲିକା ଡାଉନଲୋଡ୍ କରନ୍ତୁ ଓ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ ଏବଂ ଭବିଷ୍ୟତର ରେଫରେନ୍ସ ପାଇଁ ଏହାକୁ ଆପଣଙ୍କ ସହିତ ରଖନ୍ତୁ ।
କହିରଖୁଛୁ ଯେ ୟୁପିଏସସି ସିଭିଲ୍ ସର୍ଭିସେସ୍ ଆଇଏସ୍ ପ୍ରାଥମିକ ପରୀକ୍ଷା ୦୫ ଜୁନ୍ ୨୦୨୨ ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥି ପାଇଁ ୦୨ ଫେବୃଆରୀରୁ ୨୨ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଆବେଦନ କରାଯାଇଥିଲା ।