ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରୋନା
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, କରୋନା ଚିହ୍ନଟ ଜାଣିବା ପରେ ମୁଁ ବର୍ତ୍ତମାନ ସଂଗରୋଧରେ ରହିଛି । ଗତ କିଛିଦିନ ହେବ ଯଦି କେହି ମୋ ସଂସ୍ପର୍ଶରେ ଆସିଛନ୍ତି ତେବେ ସେମାନେ ନିଜର କରୋନା ପରୀକ୍ଷା କରାଇ ନେବା ପାଇଁ କହିଛନ୍ତି । ସେହିପରି କରୋନାର ସମସ୍ତ ଗାଇଡଲାଇନ ପାଳନ କରୁଛି । ଏହାସହ ସମସ୍ତ କାର୍ଯ୍ୟ ଭର୍ଚୁଆଲରେ କରୁଛନ୍ତି ।
Uttar Pradesh Chief Minister Yogi Adityanath says that he has tested positive for #COVID19. He is in self-isolation. pic.twitter.com/YBicvmVtO5
— ANI (@ANI) April 14, 2021
ସୂଚନା ଯେ, ତାଙ୍କ ସରକାରରେ କାର୍ଯ୍ୟରତ ୧୨ରୁ ଆଇପିଏସ ଅଧିକାରୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।