ଆଫଗାନ ଛାଡିଲା ଆମେରିକା, ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ବାଇଡେନ୍
ୱାଶିଂଟ ନ : ଇତିମଧ୍ୟରେ ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଆଫଗାନିସ୍ତାନରେ ଥିବା ୨୦ ବର୍ଷର ଉପସ୍ଥିତିରେ ଆମେରିକା ପୂର୍ଣ୍ଣଛେଦ ପକାଇଛି । ପ୍ରାୟ ୧ ଲକ୍ଷ ୨୦ ହଜାରରୁ ଅଧିକ ଆମେରିକୀୟ ନାଗରିକ, ଆମର ସହଯୋଗୀ ଏବଂ ସଂଯୁକ୍ତ ରାଜ୍ୟର ଆଫଗାନ ସହଯୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ମୁଁ ନିଜର ବିଦେଶ ମନ୍ତ୍ରୀଙ୍କୁ କହିଥିଲି ଯେ, ସେମାନେ ନିଜର ଅନ୍ତର୍ଜାତୀୟ ବନ୍ଧୁଙ୍କ ସହିତ ନିୟମିତ ଭାବେ ସହଯୋଗ କରନ୍ତୁ । ଏହା ଦ୍ୱାରା ଆମେରିକୀୟ, ଆଫଗାନ ଭାଗିଦାରୀ ଏବଂ ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ। ସେହିପର ମଙ୍ଗଳବାର ଅପରାହ୍ନରେ ଆଫଗାନିସ୍ତାନରେ ଆମର ଉପସ୍ଥିତିକୁ ଅଗଷ୍ଟ ୩୧ରୁ ଆଗକୁ ନ ବଢ଼ିବା ନେଇ ନିଜର ନିଷ୍ପତ୍ତି ଉପରେ ଲୋକଙ୍କୁ ସମ୍ବୋଧିତ କରିବି । ଯୋଜନା ଅନୁସାରେ ଆଫଗାନିସ୍ତାନରେ ଆମର ଏୟାରଲିଫ୍ଟ ମିଶନକୁ କରିବା ପାଇଁ ସେଠାରେ ତୃଣମୂଳ ସ୍ତରରେ ଉପସ୍ଥିତ ଆମର ସମସ୍ତ କମାଣ୍ଡର ଏବଂ ଯୁଗ୍ମ ମୁଖ୍ୟ ସ୍ମରଣୀୟ ସହଯୋଗ କରିଥିଲେ ।