ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତି ପାଇଁ ମିଳିତ ଜାତିସଂଘର ପ୍ରୟାସ
![](https://thetruths.in/wp-content/uploads/2022/03/United-Nation-1024x576.jpg)
ନୂଆଦିଲ୍ଲୀ : ଦୁଇ ଦେଶର ଯୁଦ୍ଧ ସମାପ୍ତ ପାଇଁ ସାରା ବିଶ୍ୱ କରୁଛି ପ୍ରୟାସ । ଆମେରିକା, ଜାପାନ, ତୁର୍କୀ ଏମିତିକି ଭାରତ ମଧ୍ୟ ଏହି ଲଢେଇରେ ସାମିଲ ଅଛି । ଏହି ଦେଶ ୟୁକ୍ରେନକୁ ଋଷର ଆକ୍ରମଣରୁ ବଂଚାଇବା ସହ ଯୁଦ୍ଧର ସମାପ୍ତି ଚାହୁଁଛନ୍ତି । ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଲଢ଼େଇ ଚାଲିଛି । ବିଗତ ଏକ ମାସ ଧରି ଏହି ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି । ଋଷର ସେନା ଲଗାତର ୟୁକ୍ରେନର ବଡ଼ ବଡ଼ ସହର ଉପରେ ମିସାଇଲ ମାଡ଼ କରୁଛି । ସେପଟେ ୟୁକ୍ରେନ ସେନା ମଧ୍ୟ ଋଷ ସେନାକୁ କଡ଼ା ଟକ୍କର ଦେଉଛି । ସେପଟେ ଏହି ଯୁଦ୍ଧକୁ ଶେଷ କରିବାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ।
ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା ଦିଗରେ ମଧ୍ୟସ୍ଥତା ପ୍ରୟାସରେ ସେ ଭାରତ ସମେତ ଅନେକ ଦେଶ ସହ ଲଗାତର ସମ୍ପର୍କରେ ଅଛନ୍ତି । ବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ଖୋଜିବା ପାଇଁ ଭାରତ ଲଗାତର ଭାବରେ ଓକିଲାତି କରୁଛି । ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ସେ ଭାରତ, ତୁର୍କୀ, ଚୀନ୍ ଏବଂ ଇସ୍ରାଏଲ୍ ସମେତ ଅନ୍ୟ ଦେଶମାନଙ୍କ ସହ ଆଲୋଚନା କରିବେ ଓ ଋଷ-ୟୁକ୍ରେନ ଯୁଦ୍ଧ କୁ ବନ୍ଦ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ କରିବେ । ଏହାସହ ସେ କହିଛନ୍ତି ଅନେକ ଦେଶ ସହ ଲଗାତର ସମ୍ପର୍କରେ ଅଛି ଯେଉଁମାନେ ରାଜନୈତିକ ସମାଧାନ ପାଇଁ ମଧ୍ୟସ୍ଥତାର ବିଭିନ୍ନ ଉପାୟ ଜାଣିବା ପାଇଁ ଉଭୟ ପକ୍ଷ ସହ କଥାବାର୍ତ୍ତା କରୁଛି ।
ଜାତିସଂଘର ମୁଖ୍ୟ କହିଛନ୍ତି ଯେ, ତୁର୍କୀର ମିତ୍ରମାନଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ରଖିଛି । ସେହିଭଳି ମୁଁ ଭାରତ ସମେତ କତାର, ଇସ୍ରାଏଲ, ଚୀନ୍, ଫ୍ରାନ୍ସ ଏବଂ ଜର୍ମାନୀ ସହିତ ମଧ୍ୟ ଲଗାତର ସମ୍ପର୍କରେ ଅଛି । ମୋର ବିଶ୍ୱାସ ଯେ ଏହି ଯୁଦ୍ଧର ସମାପ୍ତି କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବା ପାଇଁ ଏହି ସମସ୍ତ ପ୍ରୟାସ ଆବଶ୍ୟକ । ଏହାସହ ମିଳିତ ଜାତିସଂଘର ମୁଖ୍ୟ କହିଛନ୍ତି ଭାରତ ଏ ବାବଦରେ ଏ ପର୍ୟ୍ୟନ୍ତ ବହୁତ ଭାବିଚିନ୍ତି ପ୍ରତିକ୍ରିୟା ଦେଉଛି । ଏହାର ମୁଖ୍ୟ କାରଣ ହେଉଛି ଋଷ ସହିତ ଭାରତର ପୁରୁଣା ସମ୍ପର୍କ । ଏହି ପ୍ରସଙ୍ଗରେ ମିଳିତ ଜାତିସଂଘ ରେ ଅନୁଷ୍ଠିତ ଭୋଟିଂରେ ନୂଆଦିଲ୍ଲୀ ମଧ୍ୟ ଭାଗ ନେଇନଥିଲେ । ତେବେ ଶାନ୍ତି ମାଧ୍ୟମରେ ସମାଧାନ ପାଇଁ ଭାରତ ଅପିଲ କରିଛି ।