ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳାକୁ ବିରୋଧ କରି ନିଜ ନିଜ ବାସଭବନରେ ଦେଲେ ଧାରଣା କେନ୍ଦ୍ରମନ୍ତ୍ରୀ ଓ ନୀଳଗିରି ବିଧାୟକ
ବାଲେଶ୍ୱର : ନିର୍ବାଚନୀ ଫଳାଫଳ ଘୋଷଣା ପରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରି ଦିଦି ଗଣତନ୍ତ୍ରର ମୌଳିକ ଅଧିକାର ରକୁ ହତ୍ୟା କରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ବଙ୍ଗବାସୀଙ୍କୁ ତୃଣମୂଳ କଂଗ୍ରେସ କେଉଁ ପ୍ରକାରର ଶାସନ ଦେବାକୁ ଯାଉଛି ତାହା ଏଥିରୁ ପ୍ରତିଫଳିତ ହୋଇଛି । ଦେଶର କୌଣସି ଅଞ୍ଚଳରେ ଏଭଳି ହିଂସା କଳ୍ପନାଯୋଗ୍ୟ ନୁହେଁ । ଏଥିପାଇଁ ବୁଧବାର ମାନ୍ୟବର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ମତ୍ସ୍ୟ, ପଶୁ ସମ୍ପଦ ଓ ଗୋ ପାଳନ ଭାରତ ସରକାରଙ୍କ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ନୀଳଗିରି ସ୍ଥିତ ବାସଭବନରେ ଏହାକୁ ଶକ୍ତିଶାଳୀ ଶବ୍ଦରେ ନିନ୍ଦାକରିବା ସହ ଉପବାସ କରି ଧାରଣା ଦେଇଛନ୍ତି । ସେହିପରି ଆସନ୍ତାକାଲି ମୌନବ୍ରତ କରିବେ ବୋଲି ଜଣାପଡିଛି ।
ଅନୁରୂପ ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ତାଙ୍କ ନୀଳଗିରି ପୁନ୍ଦାଳ ବାସଭବନରେ ରାଜନୈତିକ ହିଂସା ପ୍ରତିବାଦରେ ତଥା ଗଣତନ୍ତ୍ରର ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଜି ଉପବାସ କରିଛନ୍ତି ଓ ଆସନ୍ତାକାଲି ମୌନବ୍ରତ କରିବେ। ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତା ଉପରେ ଟିଏମସିର ହିଂସା ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତା କାଲି ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ରାଜ୍ୟବ୍ୟାପି ଉପବାସ ପ୍ରତିବାଦ ।