କେନ୍ଦ୍ରମନ୍ତ୍ରୀ ନିତିନ ଗଡକରିଙ୍କୁ ଜୀବନରୁ ମାରିଦେବାକୁ ଫୋନରେ ଧମକ
ନାଗପୁର : କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ଶନିବାରଦିନ ଜୀବନରୁ ମାରିବେବା ଫୋନରେ କେହି ଧମକ ଦେଇଛି । କୁଖ୍ୟତ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମ୍ ର ନାମରେ ଗଡକରିଙ୍କର ଜନସମ୍ପର୍କ କାର୍ଯ୍ୟାଳୟକୁ ଶନିବାରଦିନ ଲଗାତର ଭାବରେ ତିନି ଥର ଫୋନରେ ଧମକ ମିଳିଛି । ଏହା ପରେ ପୋଲିସର ସାଇବର ଟିମ ଯାଂଚ ପ୍ରକ୍ରିୟାରେ ଲାଗିପଡିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ମନ୍ତ୍ରୀ ବର୍ତମାନ ନାଗପୁରରେ ଅଛନ୍ତି ବୋଲି ଜଣାପଡିଛି । ତୁରନ୍ତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରହୁଥିବା ବାସଭବନର ସୂରକ୍ଷା ବଢାଇ ଦିଆଯାଇଛି । ଗଡକରିଙ୍କ ନାଗପୁର ସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟ ଅନୁସାରେ ଶନିବାରଦିନ ପୂର୍ବହ୍ନ ୧୧.୩୦ ରୁ ୧୨.୪୦ ମଧ୍ୟରେ ଖାମଲା ଅଂଚଳରୁ ଲଗାତରଭାବରେ ତୀନିଥର ଫୋନ ଧମକ ଆସିଛି ।