କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବାଲେଶ୍ୱର ବିଜେପିର ନବ ନିର୍ବାଚିତ ପ୍ରତିନିଧି
ବାଲେଶ୍ୱର : ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ପ୍ରତିନିଧିତ୍ୱରେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ, ୱାର୍ଡ଼ କାଉନସିଲରଙ୍କ ସହିତ ଦଳର ବରିଷ୍ଠ ନେତୃବୃନ୍ଦ ଭୁବନେଶ୍ୱର ଯାଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ଏହି ପରିପେକ୍ଷ୍ରୀରେ ଶ୍ରୀ ପ୍ରଧାନ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଆଗାମୀ ନିର୍ବାଚନ ଓ ସାଙ୍ଗଠନିକ ବିଷୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସକୁ ମନ୍ତ୍ର କରି ଜନକଲ୍ୟାଣକାରୀ କାର୍ଯ୍ୟକୁ ସବୁ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ମାର୍ଗଦର୍ଶନ ଦେଲେ ।
ଏହି ଅବସରରେ ସମସ୍ତ କାର୍ଯର୍୍ୟକର୍ତ୍ତା ନିଃସ୍ୱାର୍ଥପର ଭାବେ ଅଧିକରୁ ଅଧିକ କାମ କରିବା ସହିତ ବୁଥ୍ର ସାଙ୍ଗଠନିକ କାର୍ଯ୍ୟକୁ ସଶକ୍ତ କରିବା ପାଇଁ ପଡ଼ିବ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କୁ ଭେଟିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜିଲାପରିଷଦ ସଭ୍ୟ ଗୟାଧର ବେହେରା, ୱାର୍ଡ଼ କାଉନ୍ସିଲର ସସ୍ମିତା ନାଥ, ରୋଜାଲିନ ପାଣି, ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ପ୍ରତିମା ବେହେରା, ଗୌରୀ ଦାଶ, ଭାରତୀ ପାତ୍ର, ନିରୁପମା ଦାଶ, ସରପଞ୍ଚ ରାମନାରାୟଣ ଦ୍ୱିବେଦୀ, ରବିନାରାୟଣ ପ୍ରଧାନ, ସମିତି ସଭ୍ୟ ରବୀନ୍ଦ୍ର ଜେନା, ସୁଜିତ ଦେବ, ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଦୁକୁଲ ଘଡ଼େଇ, ଚନ୍ଦ୍ରଶେଖର ନନ୍ଦ, ସମର ଶଙ୍କର କାନୁନଗୋ, ସର୍ବେଶ୍ୱର ମହାନ୍ତି, ଶ୍ରୀକାନ୍ତ ମହାପାତ୍ର, ରବୀନ୍ଦ୍ର ମଣ୍ଡଳ, ଶ୍ରୀନିବାସ ମହାଳିକ, ମାନସ କୁମାର ସାହୁ ସହ ସମସ୍ତ ଜନ ପ୍ରତିନିଧି ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।