କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସ୍ତରୀୟ ହାକାଥନ ‘ଓଡ଼ିଆପ୍ ରିନ୍ୟୋର’ର ୬ ଜିଲ୍ଲା ଛାତ୍ରଛାତ୍ରୀଙ୍କୁ ଭେଟିଲେ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ ହାକାଥନ ‘ଓଡ଼ିଆପ୍ରିନ୍ୟୋର’ର ୬ ଜିଲ୍ଲା ଯଥା ଅନୁଗୋଳ, ସମ୍ବଲପୁର, ବରଗଡ଼, ଗଞ୍ଜାମ, କଟକ ଏବଂ ମୟୂରଭଞ୍ଜର ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଅକ୍ଷୟ ଉର୍ଜା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ପାଇଁ ନିଜ ଜ୍ଞାନକୌଶଳରେ ପ୍ରସ୍ତୁତ କରିଥିବା ଟେକ୍ନୋଲୋଜିକୁ ଦେଖିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖନ୍ତୁ ବୋଲି ସେ କହିଛନ୍ତି । ସେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।