ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଆଜି ଓଡ଼ିଆ ନବବର୍ଷ। ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ, ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା । ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ଜାତି ଆହୁରି ଭବ୍ୟ ଏବଂ ସମୃଦ୍ଧଶାଳୀ ହେଉ ଏବଂ ଓଡ଼ିଶା ସମ୍ପନ୍ନତାର ଶୀର୍ଷରେ ପହଞ୍ଚୁ, ଏହା କାମନା କରୁଛି ବୋଲି କହିଛନ୍ତି ।
ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା । ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ଜାତି ଆହୁରି ଭବ୍ୟ ଏବଂ ସମୃଦ୍ଧଶାଳୀ ହେଉ ଏବଂ ଓଡ଼ିଶା ସମ୍ପନ୍ନତାର ଶୀର୍ଷରେ ପହଞ୍ଚୁ, ଏହା କାମନା କରୁଛି । pic.twitter.com/mtb2tZdTvx
— Dharmendra Pradhan (@dpradhanbjp) April 14, 2023