‘ପଖାଳ ଦିବସ’ ଅବସରରେ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ପଖାଳ ଦିବସ’ ଅବସରରେ ପଖାଳ ଖାଇ ପ୍ରତ୍ୟେକ ଓଡ଼ିଆଙ୍କୁ ଏହି ଦିବସର ଶୁଭେଚ୍ଛା ବାର୍ତା ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ ‘ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତି ପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା । ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ‘ପଖାଳ’ର ସ୍ଥାନ ସ୍ୱତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।