କରୋନା ସ୍ଥିତିକୁ ନେଇ ସବୁ ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ବଢ଼ାଇଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଓ ଦିଲ୍ଲୀରେ ୮୧ ପ୍ରତିଶତରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଚିଠି ଲେଖି ଗତ ୨ ସପ୍ତାହରେ କରୋନା ସଂକ୍ରମଣ ବଢ଼ିଥିବା ଉଲ୍ଲେଖ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାରେ କୌଣସି ଅବହେଳା କରା ନଯାଉ । ମହାମାରୀ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରଗତି ଉପରେ କାମ ଜାରି ରଖାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।