ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ରାଜନୈତିକ ସ୍ଥିରତା ହାସଲ କରିଛି : ସଂଜୟ ରାଉତ
ମୁମ୍ବାଇ : ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ରାଜନୈତିକ ସ୍ଥିରତା ହାସଲ କରିଛି । ଏହା ପୂର୍ବରୁ ବିଜେପିର ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ସରକାର ଏକ ମିଳିତ ସରକାର ଥିଲା । ନରେନ୍ଦ୍ର ମୋଦୀ ନିଜ ଶକ୍ତିରେ ପୂର୍ଣ୍ଣ ସଂଖ୍ୟାରେ ବିଜେପି ସରକାର ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ସଂଜୟ ରାଉତ ।
ସଂଜୟ ରାଉତ ଶୁକ୍ରବାର ଦିନ ମୁମ୍ବାଇରେ ଗଣମାଧ୍ୟମକୁ କହିଛନ୍ତିଯେ, ଆଜି ଦେଶରେ ନରେନ୍ଦ୍ର ମୋଦିଙ୍କ ଭଳି କୌଣସି ନେତା ନାହାନ୍ତି । ତାଙ୍କ ନେତୃତ୍ୱରେ ଦେଶରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜେପି ସରକାର ଗଠନ କରାଯାଇଛି । ଅଟଳ ଜୀ ପରେ ଦେଶ ଦକ୍ଷ ନେତୃତ୍ୱ ପାଇଛି ଏବଂ ଦେଶ ଅଗ୍ରଗତି କରୁଛି । ନରେନ୍ଦ୍ର ମୋଦୀ ନିଜେ ଜଣେ ବହୁତ ଭଲ ବ୍ୟକ୍ତି ଏବଂ ତାଙ୍କ ଠାରୁ ଦେଶ ବହୁତ ଆଶା ରଖିଛି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମ ଦିନରେ ଦେଶକୁ କିଛି ଦେବାକୁ ଯାଉଛନ୍ତି ।