ଧୋନିଙ୍କ ନେତୃତ୍ୱରେ ଦୁବାଇ ଗଲେ ଚେନ୍ନାଇ ଟିମ୍
ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍-୨୦୨୧)ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେବ । ଏଥିପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର୍ କିଙ୍ଗସ୍ ଶୁକ୍ରବାର ଦୁବାଇ ଅଭିମୁଖେ ଯାତ୍ରା କରିଛି । ତିନିଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ଏୟାରପୋର୍ଟରେ ଧୋନିଙ୍କର ଫଟୋ ସୋଶାଲ ମିଡିଆରେ ଶେଆର୍ କରିଛି ।
✈️ Mode ON#UrsAnbudenEverywhere#WhistlePodu #Yellove ?? pic.twitter.com/yHE4c2Qk4X
— Chennai Super Kings – Mask P?du Whistle P?du! (@ChennaiIPL) August 13, 2021
ଚେନ୍ନାଇ ଟ୍ୱିଟ୍ କରି କହିଛି, ଗେଟ୍ ରେଡ୍ଡି ଫୋକ୍ସ । ଚେନ୍ନାଇ ଟିମ୍ ସହ ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ୍ ଉଥାପ୍ପା, ଋତୁରାଜ ଗାଏକ୍ୱାଡ, ଦୀପକ ଚହର୍ କର୍ଣ୍ଣ ଶର୍ମା ଓ କେଏମ୍ ଆସିଫ୍ ଦୁବାଇ ଯିବା ପୂର୍ବରୁ ଏୟାରପୋର୍ଟର ୱେଟିଂ ଏରିଆରେ ବସିଥିବା ଦେଖିବାକୁ ମିଳିଛି । ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଧୋନି ଓ ରାଇନା ଏବେ କେବଳ ଆଇପିଏଲରେ ଖେଳୁଛନ୍ତି । ହେଲେ ରାଇନା ଉତର ପ୍ରଦେଶ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟି-୨୦ ମ୍ୟାଚ୍ ଖେଳିଥିଲେ । ଆଇପିଏଲର ୧୪ଶ ସଂସ୍କରଣ ଭାରତରେ ଖେଳାଯାଇଥିଲା । ହେଲେ ମେ’ ୪ ତାରିଖରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟି-୨୦ ଲିଗକୁ ସ୍ଥଗିତ କରିଦିଆଯାଇଥିଲା । ସେତେବେଳେ ମୋଟ ୬୦ଟିରୁ ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇଥିଲା । ଏବେ ବିସିସିଆଇ ବାକି ୩୧ ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହେବ ।ୟୁଏଇରେ ଦ୍ୱିତୀୟ ପର୍ଯ୍ୟାୟ ସେପ୍େଟମ୍ବର ୧୯ ତାରିଖରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମ୍ୟାଚ୍ ସହ ଆରମ୍ଭ ହେବ । ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୟୁଏଇ ଅଭିମୁଖେ ଯାତ୍ରା କରିସାରିଛି । ବର୍ତମାନ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ସୁଦ୍ଧା ଚେନ୍ନାଇ ସୁପର୍ କିଙ୍ଗସ୍ ୧୦ ପଏଂଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସୂଚନା ଯେ, ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ । ବାକି ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ । ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ । ଟୁର୍ଣ୍ଣାମେଂଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ । ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟ-ର୍୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ । ଦୁବାଇରେ ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ ।