ୟୁକ୍ରେନ-ଋଷ ଯୁଦ୍ଧ ! ଆଜି ତୃତୀୟ ପର୍ଯ୍ୟାୟ ବୈଠକ
ନୂଆଦିଲ୍ଲୀ : ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ବନ୍ଦ କରିବାର ନାମ ନେଉ ନାହାନ୍ତି ଦୁଇ ଦେଶ । ଯୁକ୍ରେନରେ ଧ୍ୱଂସଲୀଳା ରଚାଇ ଚାଲିଛି ରୁଷ । ୟୁକ୍ରେନର ପ୍ରମୁଖ ସହର ଉପରେ ଋଷ କରୁଛି ବୋମାମାଡ଼ । ଦୁଇ ଦେଶ ଭିତରେ ଯୁଦ୍ଧ ଜାରିଥିବା ବେଳେ ଆଜି ବସିବ ତୃତୀୟ ପର୍ଯ୍ୟାୟ ବୈଠକ । ପୂର୍ବରୁ ୨ଟି ପର୍ଯ୍ୟାୟରେ କଥାବାର୍ତ୍ତା ବିଫଳ ହୋଇଥିଲା ଆସନ୍ତା ସୋମବାର ଦିନ ତୃତୀୟ ପର୍ଯ୍ୟାୟ ବୈଠକ ବେଲାଋଷରେ ହେବ ।
ତେବେ ପାଶ୍ଚ୍ୟାତ ଦେଶ ଗୁଡିକ ଯୋଗୁଁ ଆଲୋଚନା ପ୍ରୟାସ ବିଫଳ ହେଉଛି ବୋଲି ଋଷ କହିଛି । ପାଶ୍ଚ୍ୟାତ ଦେଶଗୁଡିକ ଦ୍ୱାରା ଆର୍ଥିକ କଟକଣା ଓ ବାସନ୍ଦ ନୀତି ଋଷ କ୍ଷେତ୍ରରେ କାମ ଦେବନାହିଁ ବୋଲି କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି । ଅନ୍ୟପଟେ ପୁଟିନଙ୍କ ସହ ସିଧାସଳଖ ଆଲୋଚନା ଚାହାନ୍ତି ବୋଲି କହିଛନ୍ତି ଜେଲେନସ୍କି ।