ରାସ୍ତାରେ ସହଯୋଗୀଙ୍କ ସହ ବୁଲୁଥିବାର ଭିଡିଓ ସେୟାର କଲେ ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି ଋଷ ସେନା। ରାଜଧାନୀ କିବ୍ରେ ମଧ୍ୟ ଋଷି ସେନା ପଶିଲେଣି । ୟୁକ୍ରେନ ମଧ୍ୟ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଛି । ଋଷକୁ ଟକ୍କର ଦେଉଛି। ଏହା ସହ ୟୁକ୍ରେନ ସେନା ଦାବି କରିଛି ଯେ, ସେମାନେ ଋଷକୁ କଡା ଜବାବ ଦେଉଛନ୍ତି । ପଛକୁ ହଟିବେ ନାହିଁ ଏବଂ ଲଢେଇରେ ଆମେ ହିଁ ଜିତିବୁ ବୋଲି କହିଛନ୍ତି ।
ତେବେ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଦମ୍ଭ ସହ ଠିଆ ହୋଇ ରହିଛନ୍ତି । ଋଷ ଆଗରେ ମୁଣ୍ଡ ନୁଆଇ ନାହାନ୍ତି । ଶୁକ୍ରବାର ଦିନ ଅର୍ଥାତ୍ ଗତକାଲି କିବ୍ରୁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଆକ୍ରମଣର ବିଳମ୍ବିତ ରାତିରେ ରାସ୍ତାରେ ଠିଆ ହୋଇ ତାଙ୍କ ସହଯୋଗୀଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି । ଏହା ସହ ଭିଡିଓରେ କହିଛନ୍ତି- କି ଆମେ କିବ୍ରେ ଅଛୁ । ଋଷି ଆକ୍ରମଣରୁ ୟୁକ୍ରେନ୍କୁ ରକ୍ଷା କରୁଛୁ । ଏହା କହି ପ୍ରତିଶୃତି ଦେଇଛନ୍ତି । ଏହା ସହ ଭାବପ୍ରବଣ ହୋଇ ଆହୁରି କହିଛନ୍ତି କି- ମୋ ପରିବାର ୟୁକ୍ରେନ୍ରେ ଅଛି । ମୋ ପିଲାମାନେ ମଧ୍ୟ ଅଛନ୍ତି, ସେମାନେ ଦେଶଦ୍ରୋହୀ ନୁହନ୍ତି । ୟୁକ୍ରେନ୍ର ନାଗରିକ ଅଟନ୍ତି । କିନ୍ତୁ ମୋତେ ସୂଚନା ମିଳିଛି କି ଶତ୍ରୁତାର ପ୍ରଥମ ଟାର୍ଗେଟ୍ରେ ମୁଁ ଓ ମୋ ପରିବାର ଅଛୁ । ଶେଷରେ ଜେଲେଂସ୍କି କହିଛନ୍ତି – ଋଷ ସେମାନଙ୍କୁ ହଟାଇବା ସହ ରାଜନୈତିକ ଦୃଷ୍ଟିରୁ ୟୁକ୍ରେନ୍କୁ ଧ୍ବଂସ କରିବାକୁ ଚାହୁଁଛି।