ୟୁକ୍ରେନ ଓ ଋଷ ଯୁଦ୍ଧ: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ଆଲୋଚନା ଟେବୁଲରେ ଏକାଠି ହେଲେ ୟୁକ୍ରେନ ଓ ଋଷ। ଉଭୟ ପକ୍ଷର ପ୍ରତିନିଧି ମଣ୍ଡଳୀ ବେଲାରୁଷରେ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ଏହି ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ଉଭୟ ପକ୍ଷ ବେଲାରୁଷରେ ଦୁଇ ଥର ଆଲୋଚନା କରିସାରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ତେବେ ଆଜି ଉଭୟ ପକ୍ଷ ମଧ୍ୟରେ ତୃତୀୟ ଥର ପାଇଁ ଶାନ୍ତି କଥାବାର୍ତ୍ତା ଜାରି ରହିଛି।
ଏକାଧିକ ରାଷ୍ଟ୍ରମୁଖ୍ୟ ଋଷ ରାଷ୍ଟ୍ରପତି ପୁଟିନ ଓ ଜେଲେନସ୍କିଙ୍କ ସହ ଆଲୋଚନା କରିସାରିଥିବା ବେଳେ ଆକ୍ରମଣ ବନ୍ଦ କରି ଶାନ୍ତି ଆଲୋଚନା କିରବାକୁ ପ୍ରସ୍ତାବ ଦେଇ ଆସିଛନ୍ତି। ଋଷ ପ୍ରତିପକ୍ଷ ମଧ୍ୟ ଆଲୋଚନା ପାଇଁ ଆଗ୍ରହ ଦେଖାଇଥିବା ବେଳେ ମସ୍କୋ ପକ୍ଷରୁ ରଖାଯାଇଥିବା ସର୍ତ୍ତ ମାନିଲେ ଆକ୍ରମଣ ବନ୍ଦ କରିବା ନେଇ ଘୋଷଣା ମଧ୍ୟ କରିସାରିଛି। ଅନ୍ୟପଟେ ଋଷ ଏହା ମଧ୍ୟ ଦାବି କରିଛି ୟୁକ୍ରେନ ପଶ୍ଚିମ ତଥା ନାଟୋ ଦେଶମାନଙ୍କ କଥାରେ ପରିଚାଳିତ ହୋଇ ଶାନ୍ତି ଆଲୋଚନା ପ୍ରକ୍ରିୟାକୁ ବିଳମ୍ବିତ କରୁଛି। ପୂର୍ବରୁ ଦୁଇ ପର୍ଯ୍ୟାୟରେ ଆଲୋଚନାରେ କୌଣସି ସୁଫଳ ମିଳିପାରି ନଥିବାବେଳେ ଆଜି ସନ୍ଧ୍ୟାରେ ବସିଥିବା ଶାନ୍ତି ବୈଠକରେ କିଛି ଗିରିତ୍ବପୂର୍ଣ୍ଣ ନିଷ୍କର୍ସ ବାହାରିବା ନେଇ ମଧ୍ୟ ଆଶା ପ୍ରକାଶ ପାଇଛି। ଏହାରି ମଧ୍ୟରେ ସାମୟିକ ଭାବେ ଯୁଦ୍ଧ ବିରତି ଘୋଷଣା କରିଛି।