ଋଷ ଠାରୁ ନିଜ ଏୟାରପୋର୍ଟ ଛଡାଇ ଆଣିଲା ୟୁକ୍ରେନ୍
ନୂଆଦିଲ୍ଲୀ : ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଆତ୍ମସମର୍ପଣ କରିବାକୁ ରୋକଠୋକ୍ ମନାକରିଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଏବେ ଚିନ୍ତାଜନକ । ଏହାରି ଭିତରେ ରୁଷ ସୈନ୍ୟ କବଜା କରିଥିବା କିଭ୍ ଏୟାରପୋର୍ଟର ଗୋଟିଏ ଅଞ୍ଚଳକୁ ୟୁକ୍ରେନ ସେନା ପୁଣି ନିଜ ନୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି। ବର୍ତ୍ତମାନର ସ୍ଥିତିକୁ ଦେଖି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବାଧ୍ୟତାମୂଳକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୧୮ରୁ ୬୦ ବର୍ଷ ବୟସ ବର୍ଗରେ ଥିବା ପୁରୁଷଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଦେଶର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ରୁଷ ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ ସରକାର ସାଧାରଣ ଜନତାକୁ ୧୦ ହଜାର ଆସଲ୍ଟ ରାଇଫଲ ଦେଇଛନ୍ତି। ସମୟ ଆସିଲେ ସାଧାରଣ ଲୋକ ମଧ୍ୟ ରୁଷ ସୈନିକଙ୍କ ସହ ଲଢ଼େଇ କରିବେ ବୋଲି ୟୁକ୍ରେନ ସରକାର ଆଶା ପ୍ରକାଶ କରିଛନ୍ତି ।
ୟୁକ୍ରେନ ସୀମା ରକ୍ଷକ ସେବା ସୂଚନା ଅନୁାସାରେ ଏହି ପ୍ରତିବନ୍ଧକ ଏଥିପାଇଁ ଲାଗୁ ହୋଇଛି ଯ, କାରଣ ସରକାର ଚାହୁଛନ୍ତି ଦେଶ ସୁରକ୍ଷା ପାଇଁ ସବୁ ପୁରୁଷମାନେ ଆଗେଇ ଆସ । ବର୍ତ୍ତମାନ ଯୁଦ୍ଧ ସମୟରେ ୟୁକ୍ରେନ ସେନାକୁ ସାହାଯ୍ୟ ସହ ଗୁରୁତରଙ୍କ ସହାୟତା କର ବୋଲି ସରକାର ଦେଶବାସୀଙ୍କୁ ଅପିଲ କରିଛନ୍ତିତେବେ ସୀମାରେ ରୁଷ ପ୍ରାୟ ୨ ଲକ୍ଷ ସୈନ୍ୟକୁ ଏକାଠି କରିଥିବା ବେଳେ ୟୁକ୍ରେନ ନିଜର ସୁରକ୍ଷା ପାଇଁ ମାତ୍ର ୬୦ ହଜାର ସୈନ୍ୟଙ୍କୁ ଠୁଳ କରିଛି। ଫଳରେ ରୁଷ ଯେକୌଣସି ମୁହୂର୍ତ୍ତରେ ହମଲା କରି ପୂରା ୟୁକ୍ରେନକୁ ଦଖଲ କରି ନେବାର ଆଶଙ୍କା ପ୍ରକାଶ ପାଇଛି। ରୁଷ ସହ ବେଲାରୁସ ମଧ୍ୟ ୟୁକ୍ରେନ ଉପରେ ହମଲା କରୁଛି। ଗୁରୁବାର ବେଲାରୁସ ପକ୍ଷରୁ ୪ଟି ବାଲାଷ୍ଟିକ ମିସାଇଲ ମାଡ଼ କରାଯାଇଥିଲା। ରୁଷ ଦ୍ୱାରା ସ୍ୱାଧୀନ ପାଇଥିବା ଲୁହାଂସ୍କର ସାମରିକ ବାହିନୀ ମଧ୍ୟ ୟୁକ୍ରେନ ସେନାକୁ ସ୍ଥଳ ଭାଗରେ ଯୁଦ୍ଧ ଚଳାଇଛନ୍ତି । ଏ ସମ୍ପର୍କରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ତେବେ ଏବେ କିଭ୍ରେ ରୁଷର ହମଲା ଜାରି ରହିଛି। ମାତ୍ର ୪୦ ମିନିଟ୍ରେ ୩୬ରୁ ଅଧିକ ମିସାଇଲ ମାଡ଼ କରାଯାଇଥିଲା ଖବର ମିଳିଛି।