ମଣିପୁରର ଉଖରୁଲରେ ଭୂକମ୍ପ
ଉଖରୁଲ : ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ଉଖରୁଲରେ ଭୂକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ସକାଳ ୫.୫୬ ରେ ଏହି ଭୂକମ୍ପ ଘଟିଛି । ରିକ୍ଟରେ ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ନେଇ ରିପୋର୍ଟରୁ ଜଣାପଡିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହି ସୂଚନା ଦେଇଛି । ବର୍ତ୍ତମାନ ସୂଚନା ଅନୁଯାୟୀ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପ ଦୃଷ୍ଟିରୁ ଉତ୍ତର-ପୂର୍ବ ଭାରତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ।
An earthquake of magnitude 4.5 on the Richter scale hit 57km ESE of Ukhrul, Manipur at 5.56 am today: National Centre for Seismology pic.twitter.com/daRGlbwbdy
— ANI (@ANI) July 9, 2021
ଜୁନ ୨୦ ରେ, ଉକ୍ରୁଲ ଉଖରୁଲ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଶିରୁଇଠାରୁ ୨୦ କିଲୋମିଟର ଦୂରରେ ଉତ୍ତର-ପଶ୍ଚିମ ଭାଗରେ ଏହି ଭୂକମ୍ପ ଘଟିଥିବା ଏନସିଏସ୍ ସୂଚନା ଦେଇଛି । ଏଥି ସହିତ, ଏହାର ପ୍ରାୟ ଏକ ମାସ ପୂର୍ବରୁ, ମେ ୨୩ରେ, ଉଖରୁଲ ଜିଲ୍ଲାରେ ରବିବାର ବି ବୂମିକମ୍ପ ହୋଇଥିଲା । ସେହି ସମୟ ମଧ୍ୟରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିଲା । ମେ ୧୫ରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିଲା ।