ଜୁଲାଇ ୮ରୁ ୟୁଜିସି ନେଟ୍ ପରୀକ୍ଷା
ଭୁବନେଶ୍ୱର: ଜୁଲାଇ ୮ରୁ ହେବ ୟୁଜିସି ନେଟ ପରୀକ୍ଷା । ଏନେଇ ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପାଇଁ ପରୀକ୍ଷାର୍ଥୀ ମାନେ ଏନଟିଏର ୱେବସାଇଟକୁ ଯାଇ ଦେଖିପାରିବେ ବିଜ୍ଞପ୍ତି । ugcnet@nta.ac.inକୁ ମେଲ୍ ଦ୍ୱାରା ମଧ୍ୟ ପରୀକ୍ଷାର୍ଥୀଙ୍କୁ ମିଳିବ ଆବଶ୍ୟକୀୟ ତଥ୍ୟ ।
ସୂଚନା ଅନୁସାରେ ବର୍ଷକୁ କେବଳ ଦୁଇଥର ହିଁ ୟୁଜିସି ଏନଟିଏ ପରୀକ୍ଷା ହୋଇଥାଏ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୨୧ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଜୁନ ୨୦୨୨ ପରୀକ୍ଷାରେ ମଧ୍ୟ ବିଳମ୍ବ ହୋଇଥିବାରୁ ଉଭୟ ପରୀକ୍ଷକୁ ଗୋଟିଏ ସମୟରେ କରିବାକୁ ଏନଟିଏ ପୂର୍ବରୁ ନିଷ୍ପତି ନେଇଥିଲା । ଜୁଲାଇ ମାସର ୮,୯,୧୧ ଓ ୧୨ତାରିଖ ଏବଂ ଅଗଷ୍ଟ ମାସର ୧୨, ୧୩ ଓ ୧୪ ତାରିଖରେ ୟୁଜିସି ନେଟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଭାଗ ସୂଚନା ଦେଇଛି । ପରୀକ୍ଷା ବିଷୟରେ ଜାଣିବା ପାଇଁ ପ୍ରାର୍ଥୀମାନେ ୱେବସାଇଟ୍ www.nta.ac.in କିମ୍ବା ugcnet.nta.nicକୁ ଯାଇ ଯାଂଚ କରିବାକୁ ପରାମର୍ଶ ଦିଆଯିବା ସହ ଏନ୍ଟିଏ ହେଲ୍ପଲାଇନ ନମ୍ବର (୦୧୧ ୪୦୭୫୯୦୦୦) ଜାରି କରାଯାଇଛି ।