ନିର୍ବାଚନ ମୈଦାନରେ ଦୁଇ ଜିଲାପରିଷଦ ପ୍ରାର୍ଥୀ! ଜଣେ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଏବଂ ଜଣେ ଛାତ୍ର ନେତା ଓ ଯୁବପ୍ରତିଭା
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ନିଜ ନିଜ ବିଜୟ ପାଇଁ ଦୁଇ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଭୋଟରଙ୍କ ଦୁଆର ମୁହଁରେ ମନାଇବାରେ ବ୍ୟସ୍ତ । ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି ।
ସୋମବାର ନୀଳଗିରି ବ୍ଲକ ଜୋନ୍ ୧୩ ପାଇଁ ବିଜେଡି ପ୍ରାର୍ଥୀ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ କେପି ଲାଖରାଜ ପଞ୍ଚାୟତର ତୈଳା ସାହିରେ ପହଞ୍ôଚ ମାରାଥନ ପ୍ରଚାର ଓ ପଥ ପ୍ରାନ୍ତ ସଭା କରିଥିଲେ । ଶ୍ରୀ ନନ୍ଦ ଜନସାଧାରଣଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଶ୍ରୀ ନନ୍ଦଙ୍କ ସହିତ ଦଳୀୟ କର୍ମୀମାନେ ଉପସ୍ଥିତ ରହି ଜିଲା ପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ମେମ୍ବର ପାଇଁ ଭୋଟ ଭିକ୍ଷା କରିଥିଲେ । ଅନୁରୂପ ଭାବେ ଜୋନ୍ ୧୩ ପାଇଁ ଭାଜପା ପକ୍ଷରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଯୁବ ପ୍ରତିଭା ଛାତ୍ର ନେତା ତାପସ ମହାନ୍ତି କାଂଶ ପଞ୍ଚାୟତର ସାଗ୍ରମପୁରରେ ପହଞ୍ôଚ ଘର ଘର ବୁଲି ଜନସାଧାରଣଙ୍କୁ ଭେଟି ଭୋଟ୍ ଦେବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଛାତ୍ର ରାଜନୀତି ଜୀବନରୁସେ ସମାଜସେବାରେ ନିଜକୁ ନିୟୋଜିତ କରିଆସୁଥିଲେ । ଶ୍ରୀ ମହାନ୍ତିଙ୍କ ମତରେ ଗୁରୁଜନମାନଙ୍କୁ ସ୍ନେହ ଓ ଲଘୁଜନମାନଙ୍କୁ ସମ୍ମାନ ଓ ମାତୃଶକ୍ତିକୁ ସଶକ୍ତ କରିବା, ଯୁବଶକ୍ତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆମର ଅଞ୍ଚଳକୁ ସମୃଦ୍ଧ କରିବା ଏବଂ କ୍ରୀଡ଼ାର ଭିତ୍ତିଭୂମି ପ୍ରତିଷ୍ଠା କରିବା ନିଜର ପ୍ରାଥମିକ ଲକ୍ଷ୍ୟ ଥିବାର ସୂଚନା ଦେଇଛନ୍ତି । ଦେଖିବାକୁ ବାକିରହିଲା ଲୋକେ କାହାକୁ ଅଧିକ ଗ୍ରହଣ କରୁଛନ୍ତି । ଆଜି ଦିନରେ କାଣ୍ଟେ କାଣ୍ଟେକି ଟକ୍କର୍ କୋଇ କିଶିସେ କମ୍ ନଥିବାର ଦେଖିବାକୁ ମିଳିଛି ।