ମାଓବାଦୀଙ୍କ ବର୍ବରକାଣ୍ଡ : ଅପହରଣ ପରେ ଦୁଇ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା
ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଅପହରଣ ପରେ ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଲେ ନକ୍ସଲ। ମୃତକ ହେଲେ ତାଡ଼ମେଟାଲାର ଉପ ସରପଞ୍ଚ ମାଣ୍ଡବୀ ଗଙ୍ଗା ଓ ଅନ୍ୟ ଜଣେ ଗ୍ରାମବାସୀ।
ପ୍ରାୟ ୧୦ ଦିନ ତଳେ ନାଏବ ସରପଞ୍ଚ ସମେତ ୧୫ ଜଣ ଗ୍ରାମବାସୀଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ମାଓବାଦୀ ମାନେ ପ୍ରଜାକୋର୍ଟ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗତକାଲି ଉପ ସରପଞ୍ଚ ଓ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାନେ ଏପରି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।