କେନ୍ଦ୍ରାପଡାରେ ଅଘଟଣ: ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୂଶୁଡି ୨ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଅଘଟଣ । ରବିବାର ଠାରୁ ରାଜ୍ୟର ବିଭିନ୍ନ ଜିଲାରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୨ ଜଣଙ୍କର ମୃତ୍ୟୁ ଘଟିଛି। ଗରଦପୁର ବ୍ଲକ ବଡବେତରା ଗାଁର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଡେରାବିଶ ବେଣୀପୁର ଢିହସାହିରେ କାନ୍ଥ ପଡି ଆଉ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।
ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷାରେ କେନ୍ଦ୍ରାପଡାରେ ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି । ଏଠାରେ କାନ୍ଥ ଭୁଶୁଡି ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । କେନ୍ଦ୍ରାପଡା ଜିଲା ବେଣୀପୁର ଡିହସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନର୍ମଦା ପୃଷ୍ଟି । ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡି ପଡିଥିବା ଅନୁମାନ କରାଯାଇଛି । ସେହିଭଳି ଗରଦପୁର ବ୍ଲକ ବଡବେଦରା ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।