ରାଜୌରୀର ସେନା ଶିବିର ନିକଟରେ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ
ଜାମୁ କାଶ୍ମୀର : ସନ୍ଦେହଜନକ କାର୍ଯ୍ୟକଳାପ ଦେଖବ ଶୁକ୍ରବାର ସକାଳେ ରାଜୌରୀର ଏକ ସେନା ଶିବିର ନିକଟରେ ଜଣେ ଯବାନ ଗୁଳି ଚଳାଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏହି କାରଣରୁ ସମଗ୍ର ଅଂଚଳରେ ଉତେଜନା ଦେଖାଦେଇଛି । ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ । କିଛି ଲୋକ ପ୍ରଦର୍ଶନ କରୁଛନ୍ତି । ସେନାର ଅଧିକାରୀମାନେ କହିଛନ୍ତି ଯେ, କିଛି ଲୋକ ସେନା ସହିତ କୁଲି ରୂପରେ କାମ କରୁଥିେଏ । ସକାଳେ ଏକ ସୈନ୍ୟ ଶିବରର ଆଲଫା ଗେଟ୍ ନିକଟରେ ଆସୁଥିଲେ । ଏହି ସମୟରେ ସେନା କର୍ମଚାରୀମାନେ ଭୁଲରେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଗୁଳି ବିନିମୟରେ ରାଜୌରୀର ଶାଲିନ୍ଦର କୁମାର ଏବଂ କମଲ କିଶୋରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।