ଗୁରୁଦାସପୁର ସେକ୍ଟରରେ ପଶିଲା ପାକିସ୍ତାନର ଦୁଇ ଡ୍ରୋନ୍
ଚଣ୍ଡୀଗଡ଼ : ପାକିସ୍ତାନୀ ଡ୍ରୋନ୍ ଦ୍ୱାରା ଗତ ରାତି ଗୁରୁଦାସପୁର ସେକ୍ଟରରେ ଦୁଇ ସ୍ଥାନରେ ପଶିଥିବା ସୂଚନା ମିଳିଛି । ବିଏସ୍ଏଫ୍ ଡିଆଇଜି ପ୍ରଭାକର ଯୋଶୀ କହିଛନ୍ତି ଯେ ଗତ ରାତି ବିଏସ୍ଏଫର ଚନ୍ଦୁ ବଡାଳା ପୋଷ୍ଟ ଏବଂ କାସୋବାସ ପୋଷ୍ଟରେ କିଛି କିଛି ସମୟ ଅନ୍ତରାଳରେ ଡ୍ରୋନ୍ ଅନୁପ୍ରବେଶ ହୋଇଛି । ଯାହାପରେ ବିଏସ୍ଏଫ୍ ଯବାନ ରୋଶନୀ ବମ୍ ଦାଗେ ତଥା ଫାୟାରିଂ ଆରମ୍ଭ କରିଦେଇଛି । ଦୁଇ ସ୍ଥାନରେ ବିଏସ୍ଏଫ୍ ଯବାନମାନେ ପାଖାପାଖି ଶହେ ରାଉଣ୍ଡ ଫାୟାର କରିଥିଲେ । ଯାହାପରେ ଡ୍ରୋନ୍ ଫେରସ୍ତ ପାକିସ୍ତାନ ପଟକୁ ଚାଲିଯାଇଛି । ଯୋଶୀଙ୍କ ଅନୁଯାୟୀ ଏହି ଘଟଣାକ୍ରମ ପରେ ପାଖାପାଖି ଅଂଚଳରେ ସର୍ଚ୍ଚ ଅପରେଶନ ମଧ୍ୟ ଚାଲିଯାଇଛି କିନ୍ତୁ କେଉଁଠାରୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ ।