ଭାରତ ବଜାରରେ ଲଞ୍ଚ ହେଲା ସାଓମିର ଦୁଇଟି ନୂତନ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ
ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଶେଷରେ ଭାରତରେ ତାର ସାଓମି ୧୧ଆଇ ସିରିଜ ଭଳି ଦୁଇଟି ନୂତନ ସ୍ମାର୍ଟଫୋନ ଲଞ୍ଚ କରିଛି । ସେଥିରୁ ଗୋଟେ ହେଉଛି ସାଓମି ୧୧ଆଇ ୫ଜି ଏବଂ ଅନ୍ୟଟି ସାଓମି ୧୧ଆଇ ହାଇପରଚାର୍ଜ ୫ଜି ।
ଏହି ଦୁଇଟି ଫୋନର ସ୍ପେସିଫିକେସନ ଏକାଭଳି କେବଳ ବ୍ୟାଟେରୀରେ ଅନ୍ତର ରହିଛି । ସାଓମି ୧୧ଆଇ ହାଇପରଚାର୍ଜ ୫ଜିକୁ ୧୨୦ଡବ୍ଲ୍ୟୁ ସପୋର୍ଟ ସହିତ ଲଞ୍ଚ କରାଯାଇଛି । କମ୍ପାନୀ ଦାବି କରିଛି କି ୧୫ ମିନିଟ୍ ଭିତରେ ୧୦୦ ପ୍ରତିଶତ ଚାର୍ଜ ହୋଇଯିବ । ସେହିପରି ସାଓମି ୧୧ଆଇ ୫ଜି ରେ ଦିଆଯାଇଥିବା ବ୍ୟାଟେରୀ ୬୭ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।