ଆଇପିଏଲ୍ରେ ପ୍ରବେଶ କରିବ ଆଉ ୨ ନୂଆ ଟିମ୍!
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଖୁବ ଶୀଘ୍ର ୨ଟି ନୂଆ ଟିମର ପ୍ରବେଶ ହେବ । ବିଶ୍ୱର ସର୍ବ ବୃହତ୍ତ ଟି-୨୦ କ୍ରିକେଟ ଲିଗରେ ଉତ୍ସାହ ୨ ଗୁଣ ବଢ଼ିଯିବ । ଆସନ୍ତା ବର୍ଷ ୨ଟି ନୂଆ ଟିମକୁ ଯୋଡ଼ାଯିବ । ଏହା ପରେ ଆଇପିଏଲରେ ୧୦ଟି ହୋଇଯିବ । ଏହା ଦ୍ୱାରା ଅଧିକରୁ ଅଧିକ ଖେଳାଳିଙ୍କୁ ସୁଯୋଗ ମିଳିବ ।
ଆଇପିଏଲ-୨୦୨୧ର ବଳକା ମ୍ୟାଚ୍ ୟୁଏଇରେ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ୨ଟି ନୂଆ ଫ୍ରାଞ୍ଚାଇଜି ଟିମ୍ର ନିଲାମ ସାରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ଜୁଲାଇରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଗତ କିଛିଦିନ ଧରି ଆଇପିଏଲରେ ୮ଟି ଟିମ୍ ୧୦ରେ ପହଁଚିବ ବୋଲି ଚର୍ଚ୍ଚା ଜାରି ରହିଛି । ଏକ ରିପୋର୍ଟ ଅନୁସାରେ, ଗୋଟିଏ ଆଇପିଏଲ ଟିମ୍ କିଣିବାକୁ ଚାହୁଁଥିବା ଏକ କମ୍ପାନୀର ସିଇଓ ଏ ବାବଦରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲ କର୍ତ୍ତୃପକ୍ଷ ଆସନ୍ତା ମାସରେ ବିଜ୍ଞପ୍ତି ପ୍ରକାଶ କରିବେ । ଏନେଇ ସେ କିଛି ମାସ ହେଲା ଅପେକ୍ଷା କରିଥିଲେ । ନିଲାମ ମୂଲ୍ୟ ୨୫ କୋଟି ଡଲାର ରହିପାରେ ।
ସମଗ୍ର ବିଶ୍ୱର ନଜର ଆଇପିଏଲ ୨୦୨୨ ଉପରେ । କ୍ରିକବୁଜର ଏକ ରିପୋର୍ଟ ଅନୁସାରେ ବିସିସିଆଇ ଆଇପିଏଲ-୧୪ର ୨ୟ ପର୍ଯ୍ୟାୟ ପୂର୍ବରୁ ୨ଟି ଟିମକୁ ସାମିଲ କରିପାରେ । ରିପୋର୍ଟ ଅନୁସାରେ ଜୁଲାଇରେ ୨ଟି ଟିମକୁ ଯୋଡ଼ାଯାଇପାରେ । ଅନ୍ୟ ଇଛୁକ ପାର୍ଟିଙ୍କ ପାଖରେ କିଛି ସଂକେତ ହେ, ଅନ୍ତିମ ମୂଲ୍ୟ କ’ଣ ରହିବ । ଚର୍ଚ୍ଚା ହେଉଛି ଯେ, ଅହମଦାବାଦ ଏକ ପ୍ରାୟୋଜକ ହୋଇପାରେ । ମାତ୍ର ନୂଆ ପ୍ରାୟୋଜକକୁ ନେବାରେ ଅନ୍ତିମ ନିଷ୍ପତ୍ତି ପୂର୍ବରୁ ନିଲାମି ପ୍ରକ୍ରିୟା ହେବ । ବିସିସିଆଇ ଆସନ୍ତାବର୍ଷ ମେଗା ନିଲାମୀ ପାଇଁ ପ୍ରସ୍ତୁତି କରୁଛି । ଯଦି ୨ଟି ପ୍ରାୟୋଜକକୁ ସାମିଲ କରାଯିବ, ତା’ହେଲେ ପୁଣି ନିଲାମୀ କରାଯିବ । କିନ୍ତୁ ନିଲାମୀ ପାଇଁ ଏବେ ଅପେକ୍ଷା କରିବାକୁ ହେବ ।