ଦୁଇ ଲକ୍ଷ ଅଭିମୁଖେ ଦୈନିକ କୋରୋନା ସଂକ୍ରମଣ, ନୂଆ ମାଇଲଖୁଣ୍ଡ ଡେଇଁଲା ଓମିକ୍ରନ୍
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟା ଅନୁଯାୟୀ ସୋମବାର ଦେଶରେ ଗୋଟିଏ ଦିନରେ ୧,୭୯, ୭୨୩ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୪୬ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ ମୋଟ ମାମଲା ୩,୫୭,୦୭,୭୨୭କୁ ବୃଦ୍ଧି ପାଇଛି। ୨୦୪ ଦିନ ପରେ ସକ୍ରିୟ ମାମଲା ରେକର୍ଡ ଛୁଇଁଛି। ଆକ୍ଟିଭ୍ କେସ୍ ୭,୨୩,୬୧୯କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୪,୮୩,୯୩୬କୁ ପହଞ୍ଚିଛି। ସେପଟେ ଓମିକ୍ରନ୍ ଭ୍ୟରିଆଣ୍ଟର ୪୦୦୦ ଟପିଛି।
ଦେଶରେ ଓମିକ୍ରୋନ ସଂକ୍ରମିତଙ୍କ ସଂଖ୍ୟା ୪୦୩୩କୁ ପହଞ୍ଚିଛି। ୧୫୫୨ ଓମିକ୍ରୋନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୨୧୬ ଓମିକ୍ରନ୍ ମାମଲା ରେକର୍ଡ ହୋଇଛି। ତା ପଠକୁ ରାଜସ୍ଥାନ ୫୨୯, ଦିଲ୍ଲୀ ୫୧୩, କର୍ଣ୍ଣାଟକ ୪୪୧, କେରଳ ୩୩୩ ଏବଂ ଗୁଜୁରାଟ ୨୩୬ ଅଛନ୍ତି। ଦିନରେ ପ୍ରାୟ ଲକ୍ଷେ ୮୦ ହଜାର ନୂତନ କରୋନାଭାଇରସ ସଂକ୍ରମଣ ରିପୋର୍ଟ ହୋଇଛି। ଯାହା ପ୍ରାୟ ୨୨୭ ଦିନ ମଧ୍ୟରେ ସର୍ବାଧିକ। ଗତ ବର୍ଷ ମେ ୨୭ରେ ମୋଟ ୧,୮୬,୩୬୪ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାଯାଇଛି। ଦେଶରେ ସମୁଦାୟ ସଂକ୍ରମତିଙ୍କ ୨.୦୩ ପ୍ରତିଶତ ଆକ୍ଟିଭ୍ କେସ ରହିଛି। ଜାତୀୟ କୋରୋରା ଆରୋଗ୍ୟ ହାର ୯୬.୬୨ ପ୍ରତିଶତକୁ ହ୍ରାସ ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କ୍ୟାସେଲୋଡରେ ୧,୩୩,୦୦୮ ମାମଲାର ବୃଦ୍ଧି ରେକର୍ଡ କରାଯାଇଛି। ମନ୍ତ୍ରଣାଳୟ ଅନୁଯାୟୀ ଦୈନିକ ପିଜିଟିଭ୍ ହାର ୧୩.୨୯ ପ୍ରତିଶତରେ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୭.୯୨ ପ୍ରତିଶତ ରହିଛି। ସେହିପରି ମୃତ୍ୟୁ ହାର ୧.୩୬ ପ୍ରତିଶତ ରେକର୍ଡ କରାଯାଇଛି। ଦେଶବ୍ୟାପୀ କୋରୋନା ଟିକାକରଣ ଡ୍ରାଇଭ ଅଧୀନରେ ଏପର୍ଯ୍ୟନ୍ତ ୧୫୧.୯୪ କୋଟି ଡୋଜ୍ ଟିକା ଦିଆଯାଇଛି। ଭାରତର କୋଭିଡ-୧୯ ସଂକ୍ରମଣ ୭ ଅଗଷ୍ଟ ୨୦୨୦ରେ ୨୦ ଲକ୍ଷ ମାର୍କ ଅତିକ୍ରମ କରିଥିଲା। ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଏବଂ ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ମାମଲା ଚିହ୍ନଟ ହୋଇଥିଲା। ସେପ୍ଟେମ୍ବର ୨୮ରେ ଏହା ୬୦ ଲକ୍ଷ ଅତିକ୍ରମ କଲା ଓ ଅକ୍ଟୋବର ୧୧ରେ ୭୦ ଲକ୍ଷ ପାର କରିଥିଲା। ସେହିପରି ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ବର ୨୦ରେ ୯୦ ଲକ୍ଷ ଏବଂ ଡିସେମ୍ବର ୧୯ରେ ଏକ କୋଟି ମାର୍କ ଅତିକ୍ରମ କଲା।
ଗତବର୍ଷ ମେ ୪ରେ ଭାରତ ଦୁଇଟି କୋଟି ସଂକ୍ରମଣ ଏବଂ ଜୁନ୍ ୨୩ରେ ତିନି କୋଟି ସଂକ୍ରମଣର ଭୟଙ୍କର ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ଦେଶରେ ଏପର୍ଯ୍ୟନ୍ତ ୪,୮୩,୯୩୬ ଜଣଙ୍କ ମୃତ୍ୟୁ କୋରନାରେ ହୋଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ୧,୪୧,୬୩୯, କେରଳରେ ୪୯,୫୯୧, କର୍ଣ୍ଣାଟକରେ ୩୮,୩୭୦, ତାମିଲନାଡୁରେ ୩୬,୮୫୫, ଦିଲ୍ଲୀରେ ୨୫,୧୬୦, ଉତ୍ତର ପ୍ରଦେଶର ୨୨,୯୨୮ ଏବଂ ପଶ୍ଚିମବଙ୍ଗରେ ୧୯.୯୦୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ, ୭୦%ରୁ ଅଧିକ ମୃତ୍ୟୁ ସାଂଘାତିକ ରୋଗ କାରଣରୁ ଘଟିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହିତ ଆମର ଆକଳନଗୁଡିକ ପୁନଃସମନ୍ୱିତ ହେଉଛି ବୋଲି ମନ୍ତ୍ରଣାଳୟ ନିଜ ୱେବସାଇଟରେ କହିଛି।