ମହାରାଷ୍ଟ୍ରର ଚନ୍ଦ୍ରପୁର ଏବଂ ସିନ୍ଧୁଦୁର୍ଗ ଜିଲ୍ଲାରେ ସୁନାର ଦୁଇଟି ଖଣି : ଏକନାଥ ସିନ୍ଧେ
ମୁମ୍ବାଇ : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି ଯେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଏବଂ ସିନ୍ଧୁଦୁର୍ଗ ଜିଲ୍ଲାରେ ସୁନାର ଦୁଇଟି ଖଣି ମିଳିଛି । ମୁଖ୍ୟମନ୍ତ୍ରୀ ସିନ୍ଧେ କହିଛନ୍ତି ଯେ, ଏହା ବିଷୟରେ ତାଙ୍କୁ କେନ୍ଦ୍ରୀୟ ଅଧିକାରୀମାନେ ଅବଗତ କରାଇଥିଲେ । ଯଦି ଏହି ଦୁଇଟି ଖଣିରୁ ସୁନା ବାହାର କରାଯିବ ତେବେ ପ୍ରଦେଶ ପାଇଁ ଏହା ଏକ ବଡ଼ ସଫଳତା ହେବ । ସିନ୍ଧେ ବିଶ୍ୱାସ କରିଛନ୍ତି ଯେ, ରାଜ୍ୟରେ ଖୋଳିବା କ୍ଷେତ୍ରରେ ବହୁତ ସମ୍ଭାବନା ରହିଛି । ଦେଶର ସବୁଠାରୁ ବଡ଼ ଇସ୍ପାତ ପ୍ରକଳ୍ପ ଗଡ଼ଚିରୋଲି ପରି ଏକ ଦୁର୍ଗମ ଅଂଚଳରେ ଆରମ୍ଭ ହୋଇପାରିବ ।