ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଆହତ; କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଅନୁଗୋଳ : ଅନୁଗୋଳ ଜିଲାରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ହାତୀ ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ହେଲେ ଶଙ୍କର ବିଶ୍ୱାଳ ଏବଂ ଝିଲି ମାଝୀ । ଏହାସହିତ ଜଣେ ଆହତ ଥିବା ଜଣାପଡିଛି ।
ଅନୁଗୁଳ ଜିଲାରେ ଥମୁନି ହାତୀ ଆତଙ୍କ। ଏହିକ୍ରମରେ ପାତେଳି ଗାଁରେ ଘଟିଛି ଏକ ଅଘଟଣ । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ଶଙ୍କର ଓ ଝିଲି ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ହାତୀ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗୁରୁତରଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସେପଟେ ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଅନୁଗୋଳ ବନ୍ତଳା ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକେ । ଯାହାଫଳରେ ଗମନାଗମନରେ ଅସୁବିଧା ହେଉଛି । ରାସ୍ତାର ଉଭୟ ପଟେ ଗାଡି ଅଟକି ରହିଛି ।