ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଦୁଇ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ
ଜଗତସିଂହପୁର : ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଦୋଷୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି ଜଗତସିଂହପୁର ପକ୍ସୋ କୋର୍ଟ । ଦୁଇ ଦୋଷୀ ସେକ୍ ଆସିଫ୍ ଓ ସେକ୍ ଅକିଲ । ଅନ୍ୟପକ୍ଷରେ ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖଲାସ୍ କରିଛନ୍ତି କୋର୍ଟ । ୨୦୧୪ ରେ ତିର୍ତୋଲ ଥାନା ଅଂଚଳରେ ଏହି ଗଣଦୁଷ୍କର୍ମ ଓ ହତ୍ୟା ସଂଗଠିତ ହୋଇଥିଲା । ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ତାଙ୍କୁ ଗଣଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା । ମାମଲା କୋର୍ଟରେ ବିଚାରାଧିନ ଥିଲା । କୋର୍ଟ ମାମଲାର ଶୁଣାଣି କରି ତାଙ୍କ ରାୟରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।